ଢେଙ୍କାନାଳ:ସୁଭଦ୍ରା ଯୋଜନାରେ ମିଳିଥିବା ଟଙ୍କା ନ ଦେବାରୁ ମଦ୍ୟପ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିବା ସହ ମୃତଦେହକୁ ଘର ପାଖ ପାଇଖାନା ଟାଙ୍କି ଭିତରେ ପୋତି ଦେଇଥିବା ଅଭିଯୋଗ ହୋଇଛି। ଏହି ଲୋମଟାଙ୍କୁରା ଘଟଣା ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଆଇନ୍ଦିପୁର ଜୁଆଙ୍ଗ ସାହିରେ ଘଟିଛି।ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତ ଦୀର୍ଘଦିନ ଧରି ମଦ୍ୟପାନରେ ଅଭ୍ୟସ୍ତ ଥିଲେ। ସେ ସୁଭଦ୍ରା ଯୋଜନାରେ ମିଳିଥିବା ଟଙ୍କା ସ୍ତ୍ରୀଙ୍କୁ ମାଗିଥିଲେ। ସ୍ତ୍ରୀ ଟଙ୍କା ଦେବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ତୀବ୍ର ବଚସା ହୋଇଥିଲା। ରାଗରେ ସେ ଏକ ବାଡ଼ି ଓ କୋଦାଳରେ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ, ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଅପରାଧ ଲୁଚାଇବା ପାଇଁ ଅଭିଯୁକ୍ତ ମୃତଦେହକୁ ଘର ନିକଟସ୍ଥ ଟଏଲେଟ୍ ଟାଙ୍କି ଭିତରେ ପୋତି ଦେଇଥିଲେ l ଘଟଣାର ଯାଞ୍ଚ କରିବା ସହିତ ପୁଲିସ ମୃତଦେହକୁ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା lସାଇଣ୍ଟିଫିକ ଟିମ୍ ପ୍ରମାଣ ସଂଗ୍ରହ କରିଥିବା ବେଳେ ଅଭିଯୁକ୍ତକୁ ଗିରଫ କରାଯାଇଛି।










