ୟୁ.କେ ରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ସମସ୍ତଙ୍କୁ ଚକିତ କରିଦେବ. ଆମେ ସମସ୍ତେ ଜାଣିଛେ, ସଂସଦରେ ମନ୍ତ୍ରୀ ହିଁ ରିପୋର୍ଟ ଆଣନ୍ତି. ହେଲେ ବ୍ରିଟେନ ସଂସଦରେ ପ୍ରଥମଥର ପାଇଁ ମନ୍ତ୍ରୀଙ୍କ ବଦଳରେ ରିପୋର୍ଟ ଆଣିଛି ଏକ ରୋବଟ .ଏହି ରୋବଟକୁ ନେଇ ଲୋକମାନେ ଅସନ୍ତୁଷ୍ଟ ଥିବା ବେଳେ ପ୍ରଧାନମନ୍ତ୍ରୀ ଥେରେସା ମେ ଙ୍କୁ ମଧ୍ୟ ହଟ୍ଟହଟ୍ଟା ହେବାକୁ ପଡିଛି. ପେପର ନାମକ ଏହି ରୋବଟ ସଂସଦରେ ଆଣିଛି ରିପୋର୍ଟ. ତେବେ ଏହାର ନା ପେପର ଥିବା ବେଳେ ଲୋକମାନେ ଏହାର ନା ପ୍ରଧାନ ମନ୍ତ୍ରୀଙ୍କ ନା ସହ ଯୋଡି ମେବୋଟ୍ ରଖିଛନ୍ତି. ଏଜୁକେସନ ସିଲେକ୍ଟ କମିଟିର ଅଧ୍ୟକ୍ଷ ତଥା ସାଂସଦ ରୋବର୍ଟ ହଫନ ଏହି ରୋବଟକୁ ସଂସଦକୁ ଆମନ୍ତ୍ରିତ କରିଥିଲେ. ଯାହା ପରେ ରୋବଟ ଏହି ରିପୋର୍ଟ ଆଣିଥିଲା. ପରେ ରୋବଟ ଏଜୁକେସନ ସିଲେକ୍ଟ କମିଟି ଆଗରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବିଷୟରେ କହିଥିଲା ଓ ସ୍କୁଲରେ କିପରି ପରିବର୍ତ୍ତନର ଆବଶ୍ୟକ ରହିଛି ସେ ସମ୍ବନ୍ଧରେ ମଧ୍ୟ ପରାମର୍ଶ ଦେଇଥିଲା.

LEAVE A REPLY

Please enter your comment!
Please enter your name here