ହୁ ହୁ ହୋଇ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । କେନ୍ଦ୍ର ସରକାରଙ୍କ କୌଣସି ପଦକ୍ଷେପ ତେଲ ଦର ଉପରେ ଲଗାମ ଲଗାଇପାରିନାହିଁ । ଫଳରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି, ପ୍ରଥମଥର ପାଇଁ ଡିଜେଲ ଦର ପେଟ୍ରୋଲକୁ ଅତିକ୍ରମ କରିଯାଇଛି । ଅନ୍ତର୍ଜାତୀୟ ତୈଳଦର ଦେଶରେ ପେଟ୍ରୋଲ ଓ ଡିଜେଲର ଦର ନିର୍ଣ୍ଣୟ କରୁଛି । କେନ୍ଦ୍ର ସରକାର ତୈଳ ଦର ରୋକିବା ନେଇ ହାତ ଟେକି ଦେଇଛନ୍ତି । ଦର ନିୟନ୍ତ୍ରଣ କରିବାରେ କେନ୍ଦ୍ର ବିଫଳ ହୋଇଛି ବୋଲି ରାଜ୍ୟ ସରକାର ଆକ୍ଷେପ କରିଛନ୍ତି । ତୈଳ ଦର ବୃଦ୍ଧି ସହ ବଜାର ଦର ଆକାଶ ଛୁଆଁ ହୋଇଯାଉଛି । ସାଧରଣ ବର୍ଗର ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ରାଜନୈତିକ ଫାଇଦା ନେବାପାଇଁ କେବଳ କେନ୍ଦ୍ର ଓ ରାଜ୍ୟ ତୁତୁ ମେଁମେଁ ହେଉଛନ୍ତି । ମାତ୍ର ଲୋକଙ୍କ ବୋଝ ହାଲକା ହେବାର ପ୍ରଶ୍ନ ହିଁ ଉଠୁନି

LEAVE A REPLY

Please enter your comment!
Please enter your name here