ଏଣିକି ସାର୍ବଜନିକ ଛୁଟିରେ ଅନ୍ୟ ସରକାରୀ କର୍ମଚାରୀଙ୍କ ପରି ଆଉ କାମ କରିପାରିବେନି ଡାକ୍ତର. ଯାହା ଅକ୍ଟୋବର 28 ତାରିଖରୁ ଲାଗୁ ହେବାକୁ ଯାଉଛି.  ତେବେ ଏଭଳି ନିଷ୍ପତି ନେଇଛନ୍ତି Odisha Medical Services Association (OMSA). ଓଏମଏସଏର ସଚିବ ପୁର୍ଣ୍ଣଶ୍ଲୋକ ଦାସ ପତ୍ର ମାଧ୍ୟମରେ ସ୍ୱାସ୍ଥ୍ୟ ସଚିବଙ୍କୁ ଏହି ସୂଚନା ଦେଇଛନ୍ତି. ସେପ୍ଟେମ୍ବର 2 ତାeòଖରେ ବସିଥିବା central executive committee (CEC) ବୈଠକ ଓ ସେପ୍ଟେମ୍ବର 30 ତାରିଖରେ ବସିଥିବା general council meeting (GEC) ବୈଠକରେ ଆସୋସିଏସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ବୋଲି ସେ କହିଛନ୍ତି. ସେ ଆହୁରି ମଧ୍ୟ କହିଛନ୍ତି, ସବୁ ରାଜ୍ୟରେ ସରକାରୀ ଡାକ୍ତରଙ୍କ ପାଇଁ ଷଷ୍ଠ ବେତନ ଆୟୋଗ Dynamic Assured Career Progression (DACP) ସ୍କିମ୍ କୁ ସୁପାରିଶ କରିଥିଲେ. ଏହାପରେ 15ଟି ରାଜ୍ୟ ଏହାକୁ ଲାଗୁ କରିଥିଲେ ମାତ୍ର ଓଡିଶା ସରକାର ଏ ପର୍ଯ୍ୟନ୍ତ ଏହାକୁ ଲାଗୁ କରିନାହାନ୍ତି.

 

LEAVE A REPLY

Please enter your comment!
Please enter your name here