କୁକୁର ସହ ବାହାଘର । ବେଦିରେ ବର ବେଶରେ ବସିଛି ପୁଅ, କୁକୁରକୁ କନ୍ୟା ବେଶରେ ସଜାଯାଇଛି । ଏମିତି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ଶୁକୃଳି ବ୍ଲକର ବାରିଆ ଗାଁରେ । ରିଷ୍ଟ ଖଣ୍ଡନ ପାଇଁ ନିଜର ଶିଶୁପୁତ୍ର ସହିତ କୁକୁରର ବାହାଘର ଆୟୋଜନ କରିଛନ୍ତି ବାପା, ମା । ମୟୂରଭଞ୍ଜ ଜିଲ୍ଲାରେ ବସବାସ କରୁଥିବା ଆଦିବାସୀ ପରମ୍ପରାରେ ଏମିତି ବାହାଘର କରାଯାଇଥାଏ । ମାଗେ ପର୍ବ ସରିବା ପରେ ପରେ ଏହି ପରମ୍ପରା ଆଦିବାସୀମାନେ ପାଳନ କରିଥାନ୍ତି । ବାହାଘର ସମୟରେ ପାରମ୍ପରିକ ରୀତି ଅନୁସାରେ, ମାଦଳ ବି ବାଜୁଛି , ଆଉ ସମସ୍ତେ ନାଚ ଗୀତରେ ମସଗୁଲ ଅଛନ୍ତି । ଶିଶୁକୁ ବର ବେଶରେ ସଜେଇ ବର ଯାତ୍ରୀରେ ନେଇ ଯାଉଛନ୍ତି । ଶିଶୁକୁ ପାରମ୍ପରିକ ମୁକୁଟ ପିନ୍ଧାଇ ବାଜା ବାଜଣା ସହ ବରଯାତ୍ରୀରେ ନିଆଯାଇଥିବା ଦୃଶ୍ୟ ମଧ୍ୟ ନିଆରା । ସେପଟେ କନିଆ ସାଜିଛି କୁକୁର । ସଂପୂର୍ଣ୍ଣ ରୀତିନିତିରେ ବିବାହ ହୋଇଥିଲା । ବାହାଘର ସରିବା ପରେ ଗୋଟିଏ ଗଛ ପାଖରେ ଦୁହେଁ ଦୁହିଁଙ୍କ ପାଇଁ ଶପଥ ନେବାର ପରମ୍ପରା ରହିଛି । ଏଥିସହିତ ସାତ ଜନ୍ମ ସାଥୀ ହେବା ପାଇଁ ଗୋଟେ ଗଛ ଦେହରେ ସାତଥର ବୁଲିବା ସହିତ ସୂତା ବାନ୍ଧିଥିଲେ । ଗୋଟିଏ ଦିନରେ ଦୁଇଟି ଶିଶୁ ବର ଓ ଗୋଟିଏ ଶିଶୁ କନ୍ୟାଙ୍କ ବାହାଘର ହୋଇଥିଲା । ଏହି ବାହାଘର ପାଇଁ ସାରା ଗାଁ ଉତ୍ସବ ମୁଖର ହୋଇପଡିଥିଲା । ବିଶେଷ କରି ଶିଶୁମାନଙ୍କ ମାଢିର ଉପରେ ଦାନ୍ତ ବାହାରିଲେ ଶିଶୁ ପ୍ରତି ଅମଙ୍ଗଳ ହେବାର ସମ୍ଭାବନା ରହିଥିବା ଆଦିବାସୀଙ୍କ ବିଶ୍ୱାସ ରହିଛି । ସେଥିପାଇଁ ରିଷ୍ଟ ଦୂର କରିବା ପାଇଁ ଏହି ବିବାହ ଆୟୋଜନ କରିଥାନ୍ତି । ଏଠି ପରମ୍ପରା ନାମରେ ଏମିତି ଏକ ଅନ୍ଧବିଶ୍ୱାସର ଆଉ ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି । ମାତ୍ର ଏଭଳି ଅନ୍ଧବିଶ୍ୱାସକୁ ରୋକିବା ପାଇଁ କାମ ଦେଉନି ସଚେତନତା ।

LEAVE A REPLY

Please enter your comment!
Please enter your name here