ଭୁବନେଶ୍ୱର: ଦୀର୍ଘ ଆଠ ବର୍ଷର ବ୍ୟବଧାନ ପରେ ଛାତ୍ର ସଂସଦ ଫେରିଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଛାତ୍ର ନିର୍ବାଚନ ବେଳେ ଅଣଛାତ୍ରଙ୍କ ପ୍ରବେଶ ଉପରେ କଡ଼ା ନଜର ରଖାଯିବ ବୋଲି ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର କହିଛନ୍ତି । ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ଶେଷ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କ୍ୟାମ୍ପସଗୁଡ଼ିକରେ ଆଇନ ଶୃଙ୍ଖଳା ବଜାୟ ରଖିବା ଏବଂ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ରୋକିବା ପାଇଁ ସବୁ ଜିଲ୍ଲାର ଏସପି (SP) ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ଡିଜିପି ବିନୟ ତୋଷ ପ୍ରତିକ୍ରିୟା ରଖିଛନ୍ତି। ନିର୍ବାଚନ ସମୟରେ ଅଣଛାତ୍ର ବା ବାହାର ଲୋକଙ୍କ ଅନୁପ୍ରବେଶ ଯୋଗୁଁ କ୍ୟାମ୍ପସ ଅଶାନ୍ତ ହେବାର ସମ୍ଭାବନା ଥିବାରୁ, ଅଣଛାତ୍ରଙ୍କ ଗତିବିଧି ଉପରେ କଡ଼ା ନଜର ରଖିବାକୁ ବିଶେଷ ଭାବେ ସୂଚନା ଦିଆଯାଇଛି। ଏହାସହ ସମସ୍ତ ବିଦ୍ୟାର୍ଥୀଙ୍କୁ ଶାନ୍ତିଶୃଙ୍ଖଳାର ବଜାୟ ରଖିବାକୁ ଡିଜିପି ଅପିଲ କରିଛନ୍ତି।

LEAVE A REPLY

Please enter your comment!
Please enter your name here