ନୂଆଦିଲ୍ଲୀ: ସାଉଦି ଆରବରେ ବୃଦ୍ଧି ପାଉଥିବା ସୁରକ୍ଷା ସଙ୍କଟକୁ ଦୃଷ୍ଟିରେ ରଖି ବିମାନ ସେବା ବାତିଲ କରାଯାଇଛି। ରିୟାଦ ଓ ଦମ୍ମାମକୁ ଯାଉଥିବା ଏବଂ ସେଠାରୁ ଆସୁଥିବା ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସର ସମସ୍ତ ଉଡ଼ାଣ ଆସନ୍ତା ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଏଥିସହିତ ଜେଦ୍ଦାହକୁ ବିମାନ ସେବା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଥିବା ସୂଚନା ମିଳିଛି। ସାଉଦି ଆରବର ନାଗରିକ ଭିତ୍ତିଭୂମି, ବିଶେଷ କରି ରିୟାଦ ଏବଂ ଦମ୍ମାମ ବିମାନବନ୍ଦର ଉପରେ ହେଉଥିବା ଆକ୍ରମଣକୁ ଆଖିଆଗରେ ରଖି ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ, ସାଉଦି ଆରବରେ ଫସି ରହିଥିବା ଭାରତୀୟ ଉମରା ତୀର୍ଥଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଆଣିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ବୈଦେଶିକ ମନ୍ତ୍ରଣାଳୟର ସୂଚନାନୁସାରେ, ଯାତ୍ରୀମାନଙ୍କ ଶୀଘ୍ର ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରିବା ପାଇଁ ଭାରତୀୟ ଦୂତାବାସ ଓ ବାଣିଜ୍ୟ ଦୂତାବାସ, ବିମାନ କମ୍ପାନୀ ଏବଂ ଟୁର୍ ଅପରେଟରମାନଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି।

LEAVE A REPLY

Please enter your comment!
Please enter your name here