ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ଜାରି ହୋଇଥିବା ସର୍କୁଲାର ଅନୁଯାୟୀ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନବମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ନିମନ୍ତେ ଜୁଲାଇ ୧ରୁ ୩ ଭାଷା ବାଧ୍ୟତାମୂଳକ କରାଯାଇଛି। ସମସ୍ତ ସିବିଏସ୍‌ଇ ସ୍ବୀକୃତିପ୍ରାପ୍ତ ସ୍କୁଲ୍‌ ପାଠ୍ୟକ୍ରମରେ ୩ ଭାଷା ରହିବ। ତେବେ ତୃତୀୟ ଭାଷା ପାଇଁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ହେବ ନାହିଁ। ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦ ଏବଂ ସ୍କୁଲ୍‌ ଶିକ୍ଷା ପାଇଁ ଜାତୀୟ ପାଠ୍ୟକ୍ରମ ଯୋଜନା ୨୦୨୩ ସହ ସଂଶୋଧିତ ଢାଞ୍ଚାକୁ ସମତୁଲ କରାଯାଇଛି।ତୃତୀୟ ଆଞ୍ଚଳିକ ଭାଷାରେ ‘ଓଡ଼ିଆ’ ସହିତ ୧୯ଟି ଭାଷା ସ୍ଥାନିତ ରହିଛି ।
ବିଜ୍ଞପ୍ତି ଅନୁସାରେ, ୧ ଜୁଲାଇ ଠାରୁ ୯ମ ଏବଂ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ତିନୋଟି ଭାଷା, R1, R2 ଏବଂ R3 ର ଅଧ୍ୟୟନ ବାଧ୍ୟତାମୂଳକ ହୋଇଯିବ । ବୋର୍ଡ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ଏହି ଭାଷା ଗୁଡ଼ିକ ମଧ୍ୟରୁ ଅତି କମରେ ଦୁଇଟି ମୂଳ ଭାରତୀୟ ଭାଷା ହେବା ଆବଶ୍ୟକ । ତୃତୀୟ ଭାଷା ପାଇଁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ନାହିଁ l ତେବେ ବୋର୍ଡ କହିଛି ଯେ, ଶିକ୍ଷାଗତ ଚାପ ହ୍ରାସ କରିବା ଏବଂ ପରୀକ୍ଷା ପ୍ରଦର୍ଶନ ଅପେକ୍ଷା ଭାଷା ଶିକ୍ଷା ଉପରେ ଗୁରୁତ୍ୱ ଦେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଯାହା ଫଳରେ ପିଲାମାନେ କିଭଳି ଭାବେ ଚାପ ମୁକ୍ତ ହୋଇ ଭଲ ରେଜଲ୍ଟ କରିପାରିବେ, ସେନେଇ ଗୁରୁତ୍ୱ ଦିଆଯାଇଛି । ୨୦୨୬- ୨୭ ଶିକ୍ଷାବର୍ଷ ପାଇଁ ନବମ ଏବଂ ଦଶମ ଶ୍ରେଣୀ ପାଇଁ ସଦ୍ୟ ପ୍ରକାଶିତ NCERT ପାଠ୍ୟକ୍ରମ ସମୀକ୍ଷା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ବୋର୍ଡ କହିଛି ।

LEAVE A REPLY

Please enter your comment!
Please enter your name here