ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଡିଜିସିଏଙ୍କ ତରଫରୁ ମିଳିଛି କ୍ଲିନଚିଟ୍ । ବୈଜୟନ୍ତଙ୍କ ହେଲିକପ୍ଟର୍‌ ଉଡ଼ାଣରେ କୌଣସି ନିୟମ ଉଲ୍ଲଙ୍ଘନ ହୋଇନାହିଁ ବୋଲି ରିପୋର୍ଟ ପ୍ରଦାନ କରିଛନ୍ତି ଡିଜିସିଏ। ଗତମାସ 15 ତାରିଖରେ ବୈଜୟନ୍ତଙ୍କ ହେଲିକପ୍ଟର୍‌ ଚିଲିକା ଉପରେ ବିପଦଜନକ ଭାବେ ଉଡ଼ିଥିବା ଅଭିଯୋଗ ଆଣି ପୁରୀ ପୋଲିସ ତାଙ୍କର ହ୍ୟାଙ୍ଗର୍‌ ସମେତ 3ଟି ହେଲିକପ୍ଟର୍‌କୁ ସିଲ୍ କରିଥିଲେ। ମାତ୍ର ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତପକ୍ଷଙ୍କୁ ଡିଜିସିଏ ପକ୍ଷରୁ ଦେଇଯାଇଥିବା ରିପୋର୍ଟରେ କୌଣସି ନିୟମ ଉଲ୍ଲଙ୍ଘନ ହୋଇନଥିବା ଦର୍ଶାଯାଇଥିଲା । ରିପୋର୍ଟ ଅନୁସାରେ, ହେଲିକପ୍ଟର୍‌ ବିପଦଜନକ ଭାବେ ନିର୍ଦ୍ଧାରିତ ଉଚ୍ଚତାଠାରୁ କମ୍ ଉଚ୍ଚତାରେ ଉଡ଼ିବା ଏବଂ ଚିଲିକା ହ୍ରଦରେ ଅବତରଣ କରିଥିବାର କୌଣସି ପ୍ରମାଣ ନାହିଁ ବୋଲି ଡିଜିସିଏ ଦର୍ଶାଇଛନ୍ତି।

LEAVE A REPLY

Please enter your comment!
Please enter your name here