ନଭେମ୍ବର ୨୩ରୁ ୨୯ ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରା । ବାଲିଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ ।  ଶୁକ୍ରବାର ଅପରାହ୍ନରେ ଜିଲାପାଳଙ୍କ ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲାପାଳ ଅରବିନ୍ଦ ଅଗ୍ରୱାଲ ବୈଠକରେ ଅଧ୍ୟକ୍ଷତା କରିଥିଲେ। ବାଲିଯାତ୍ରାରେ ଆଇନଶୃଙ୍ଖଳା ବ୍ୟବସ୍ଥା, ପାନୀୟଜଳ ଯୋଗାଣ, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ପ୍ରଦର୍ଶନୀ ଆୟୋଜନ ସମ୍ପର୍କରେ  ଆଲୋଚନା କରାଯାଇଥିଲା ।  କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ବାଲିଯାତ୍ରାରେ ପରିମଳ ବ୍ୟବସ୍ଥା ତଥା ଦୁଇଓଳି ନିୟମିତ ସଫେଇ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ। ଜଣେ ବ୍ୟକ୍ତି ଷ୍ଟଲ ନେଇ କୌଣସି ପରିସ୍ଥିତିରେ ତାହାକୁ ଭଡ଼ାରେ ବ୍ୟବହାର କରିପାରିବେ ନାହିଁ। ପ୍ରତ୍ୟେକ ଷ୍ଟଲ୍‌ର ନାମ ଓଡ଼ିଆରେ ଲେଖାଯିବ ଏବଂ ପଲିଥିନ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବ ବୋଲି ଜିଲାପାଳ ଅଗ୍ରୱାଲ କହିଛନ୍ତି। ଅଗ୍ନିକାଣ୍ଡଜନିତ ଦୁର୍ଘଟଣାକୁ ଏଡାଇବା ପାଇଁ ପ୍ରତ୍ୟେକ ଷ୍ଟଲ୍‌ରେ ଅଗ୍ନିଶମ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବାଲିଯାତ୍ରାରେ ତଳପଡ଼ିଆ ଓ ଉପର ପଡ଼ିଆରେ ଆବଶ୍ୟକ ସଂଖ୍ୟକ ସିସିଟିଭି କ୍ୟାମେରା ଲଗାଯିବ। ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡ଼ି ସୁବିଧାରେ ଯାତ୍ରାସ୍ଥଳକୁ ଯିବା ପାଇଁ  ପ୍ରଶସ୍ତ ରାସ୍ତା କରାଯିବ। ବାଲିଯାତ୍ରାରେ ଲାଇସେନ୍ସପ୍ରାପ୍ତ ଷ୍ଟଲଧାରୀ ଚୋରାରେ ବୁଲା ବିକାଳୀ ବା ଅନ୍ୟ କାହାରିକୁ  ବିଦ୍ୟୁତ୍‌ ଯୋଗାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 

 

 

LEAVE A REPLY

Please enter your comment!
Please enter your name here