ଜଗତସିଂହପୁର: ରଘୁନାଥପୁର ବ୍ଲକରେ ଭତ୍ତା ବଣ୍ଟନକୁ କେନ୍ଦ୍ର କରି ଉତ୍ତେଜନା ଓ ଗଣ୍ଡଗୋଳ ସମୟରେ ବିଧାୟକଙ୍କୁ ଆକ୍ରମଣ ଓ ହତ୍ୟା ଧମକ ଅଭିଯୋଗରେ ବ୍ଲକ ବିଜେଡି ସଭାପତିଙ୍କ ସହିତ ୫ ଜଣଙ୍କୁ ଗିରଫ କଲା ପୋଲିସ l ସୂଚନା ଅନୁଯାୟୀ ରଘୁନାଥପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଭତ୍ତା ବଣ୍ଟନ ଚାଲିଥିବାବେଳେ ହଠାତ୍ ଉତ୍ତେଜନା ଦେଖାଦେଇଥିଲା। ଏହି ସମୟରେ କିଛି ବିଜେଡି ସମର୍ଥକ ବିଧାୟକ ରମାକାନ୍ତ ଭୋଇ ଓ ରଘୁନାଥପୁର ବିଡିଓ ପ୍ରୀତିଶ ଭୋଇଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି। ଏଥିସହ ଉଭୟଙ୍କୁ ଘେରାଉ କରି ରଖିବା ସହ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ଏତଲାରେ ଦର୍ଶାଯାଇଛି। ଏହି ଘଟଣାକୁ ନେଇ ବିଧାୟକ ରମାକାନ୍ତ ଭୋଇ ଓ ବିଡିଓ ପ୍ରୀତିଶ ଭୋଇ ପୃଥକ୍ ପୃଥକ୍ ଭାବେ ରଘୁନାଥପୁର ଥାନାରେ ଅଭିଯୋଗ କରିଥିଲେ। ଏତଲା ଆଧାରରେ ପୋଲିସ ତଦନ୍ତ କରି ଦେବାଶିଷ ତ୍ରିପାଠୀଙ୍କ ସମେତ ଅନ୍ତର୍ଯ୍ୟାମୀ ରାଉତ, ରବୀନ୍ଦ୍ର ସାହୁ, ବଟକୃଷ୍ଣ ନାୟକ ଓ ରାମଚନ୍ଦ୍ର ବେହେରାଙ୍କୁ ଗିରଫ କରିଛି।ଗିରଫ ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି l ଏହି ଘଟଣାରେ ବିଧାୟକ ଓ ବିଡିଓଙ୍କ ପକ୍ଷରୁ ମୋଟ ୧୮ ଜଣଙ୍କ ନାମରେ ପୃଥକ୍ ଏତଲା ଦାଖଲ ହୋଇଥିବା ସୂଚନା ମିଳିଛି l

LEAVE A REPLY

Please enter your comment!
Please enter your name here