ରାଜସ୍ଥାନ: ରାଜସ୍ଥାନ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ଜୟପୁରରେ କଂଗ୍ରେସ ଭଲ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି ଏବଂ ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ପଛରେ ରହିଛି। ମିଳିଥିବା ସୂଚନା ଅନୁଯାୟୀ, ମୋଟ ୫୭ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୭ଟି ଆସନର ଫଳାଫଳ ଘୋଷଣା କରାଯାଇଛି। ଏଥିମଧ୍ୟରୁ କଂଗ୍ରେସ ୪ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ଖାତାକୁ ଗୋଟିଏ ଆସନ ଯାଇଛି। ଅନ୍ୟପକ୍ଷରେ, ଅସଦୁଦ୍ଦିନ ଓୱେସି ଏବଂ ହନୁମାନ ବେନିୱାଲଙ୍କ ମେଣ୍ଟ ଗୋଟିଏ ଆସନ ହାସଲ କରିଛି। ସେହିପରି ଜୟପୁରର ପଞ୍ଚାୟତ ସମିତି ଆସନଗୁଡ଼ିକର ଭୋଟ ଗଣତିରେ ମଧ୍ୟ କଂଗ୍ରେସ ଆଗରେ ରହିଛି। ବର୍ତ୍ତମାନ ସୁଦ୍ଧା କଂଗ୍ରେସ ସର୍ବାଧିକ ୪୭ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୧୬ଟି ଆସନ ହାସଲ କରିଛି। ଏଥିସହିତ ଓୱେସି ଏବଂ ହନୁମାନ ବେନିୱାଲଙ୍କ ମେଣ୍ଟ ମଧ୍ୟ ୧୬ଟି ଆସନରେ ବିଜୟ ଲାଭ କରିଛି।













