ଋଷଭ ପନ୍ତଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ । ଗୁରୁତର ଭାବେ ଆହତ ହୋଇଛନ୍ତି ପନ୍ତ । ପିଠି, ମୁଣ୍ଡ ଓ ଗୋଡରେ ତାଙ୍କର ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ପନ୍ତଙ୍କ ଚିକିତ୍ସା ଚାଲିଛି । ଡିଭାଇଡରରେ ପିଟି ହୋଇ ଗାଡିଟି ଜଳିଯାଇଛି । ତେବେ ଦିଲ୍ଲୀ-ଡେରାଡୁନ ହାଇୱେରେ କାର ଦୁର୍ଘଟଣାଗ୍ରସ୍ତ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଭୋର ସମୟରେ ରିଷଭଙ୍କ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସକାଳ 6 ଟାରେ ତାଙ୍କୁ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହସପିଟାଲରେ ଭର୍ତ୍ତି ହେବା ସମୟରେ ସେ କଥାବାର୍ତ୍ତା କରୁଥିଲେ ଏବଂ ମାଆଙ୍କୁ ସରପ୍ରାଇସ୍ ଦେବା ପାଇଁ ସେ ଏକାକୀ ଗାଡି ଚଲାଇ ଯାଉଥିଲେ ବୋଲି କହିଥିଲେ । ତେବେ ଭୋର ସମୟ ହୋଇଥିବାରୁ ଆଖି ଲାଗିଯାଇ ଗାଡି ଡିଭାଇଡରରେ ଧକ୍କା ହୋଇଥିବା ସେ କହିଛନ୍ତି ।
ଡେରାଡୁନର ଏକ ହସପିଟାଲରେ ତାଙ୍କର ଚିକିତ୍ସା କରାଯାଉଛି । ପନ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି । ତାଙ୍କର ଚିକିତ୍ସା ପାଇଁ ବିସିସିଆଇ ସମସ୍ତ ସହାୟତା ଯୋଗାଇଦେବ ବୋଲି କହିଛି ।

LEAVE A REPLY

Please enter your comment!
Please enter your name here