ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୩ ଜଣ ଡାକ୍ତରଙ୍କୁ ନିଲମ୍ବିତ କରାଯାଇଛି । ଉକ୍ତ ତିନି ଡାକ୍ତରଙ୍କ ବିରୋଧରେ ଶୃଙ୍ଖଳାଗତ ତଦନ୍ତ ପ୍ରକ୍ରିୟା ବିଚାରାଧୀନ ଥିବାରୁ ଓଡ଼ିଶା ସିଭିଲ ସର୍ଭିସେସ୍ (ସିସିଏ) ନିୟମାବଳୀ, ୧୯୬୨ର ନିୟମ-୧୨ ଅନୁଯାୟୀ ସେମାନଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବିତ ଡାକ୍ତରମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ଗମ୍ଭାରୀମୁଣ୍ଡା ସିଏଚ୍‌ସି ର ମେଡିକାଲ ଅଫିସର ଡା.ପ୍ରଭାକର ବେହେରା, , ଗଞ୍ଜାମ ଜିଲ୍ଲା ଗଜଳବାଡ଼ି ପିଏଚ୍‌ସିର ମେଡିକାଲ ଅଫିସର ଡା.ତମନ୍ନା ପ୍ରିୟଦର୍ଶିନୀ ଏବଂ ଗଞ୍ଜାମ ଜିଲ୍ଲା ଆସିକା ଏସ୍‌ଏଚ୍ ମେଡିକାଲ ଅଫିସର ଡା. ସୁପ୍ରକାଶ ଦାସ ।ଡା.ପ୍ରଭାକର ବେହେରା ସରକାରୀ କର୍ମଚାରୀଙ୍କ ପାଇଁ ଥିବା ଆଚରଣ ବିଧି ଉଲଂଘନ କରିଥିବାରୁ ନିଲମ୍ବିତ ହୋଇଛନ୍ତି । ସେ ସାମାଜିକ ଗଣମାଧ୍ୟମରେ ଅନଧିକୃତ ମନ୍ତବ୍ୟ ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଲେଖିଥିବାରୁ ବିଭାଗ ତାଙ୍କ ବିରୋଧରେ ପଦକ୍ଷେପ ନେଇଛି । ସେହିପରି ଡା. ତମନ୍ନା ପ୍ରିୟଦର୍ଶିନୀ, ଡା. ସୁପ୍ରକାଶ ଦାସ ବାତ୍ୟା “ଅର୍ଣ୍ଣବ” ବେଳେ ଅନଧିକୃତ ଭାବେ ଛୁଟିରେ ଥିଲେ । ଏପରି କି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତବେଳେ ସେମାନେ ଅନୁପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here