ଭୁବନେଶ୍ୱର: ଭୁବନେଶ୍ୱରର କ୍ରୀଡ଼ା ଭିତ୍ତିଭୂମିକୁ ଆହୁରି ସୁଦୃଢ଼ ଓ ସମୃଦ୍ଧ କରିବା ଦିଗରେ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି। ସ୍ଥାନୀୟ ଲିଙ୍ଗିପୁରଠାରେ ସହରର ପ୍ରଥମ ଅତ୍ୟାଧୁନିକ ରୁଫ୍‌ଟପ୍ କ୍ରୀଡ଼ା ପଡ଼ିଆ ‘କ୍ଲାଉଡ୍‌ ୯ ଟର୍ଫ’ ଉଦ୍‌ଘାଟିତ ହୋଇଯାଇଛି। ଆଧୁନିକ କ୍ରୀଡ଼ା ସୁବିଧା ସହ ନିର୍ମିତ ଏହି ପଡ଼ିଆରେ ଉଭୟ ଫୁଟବଲ୍ ଓ କ୍ରିକେଟ୍ ଖେଳିବାର ଉନ୍ନତ ବ୍ୟବସ୍ଥା ରହିଛି। ଖେଳାଳିମାନଙ୍କୁ ଅନ୍ତର୍ଜାତୀୟ ସ୍ତରର ଅନୁଭୂତି ଦେବା ପାଇଁ ଏଠାରେ ଫିଫା ପ୍ରମାଣିତ କୃତ୍ରିମ ଘାସ ବ୍ୟବହାର କରାଯାଇଛି। ଉଦ୍‌ଘାଟନୀ ଉତ୍ସବରେ ଏକାମ୍ର ବିଧାୟକ ବାବୁ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କ୍ରୀଡ଼ା ପଡ଼ିଆକୁ ଉଦ୍‌ଘାଟନ କରିଥିଲେ। ଯୁବପିଢ଼ିଙ୍କୁ ପାଠପଢ଼ା ସହିତ କ୍ରୀଡ଼ା ପ୍ରତି ଆଗ୍ରହୀ କରାଇବା, ଶାରୀରିକ ସୁସ୍ଥତା ବଜାୟ ରଖିବା ଏବଂ ଏକ ଶୃଙ୍ଖଳିତ ଜୀବନଶୈଳୀ ଆପଣାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ବିଶ୍ୱଜିତ ଦାଶ, ‘ଅଲ୍ ଟାଇମ୍ ଫିଟ୍‌ନେସ୍‌’ର ସ୍ୱତ୍ୱାଧିକାରୀ ବିଜନ ବାରିକ, ରାଜେନ୍ଦ୍ର ସମର୍ଥ, ତୋଫାନ ଚନ୍ଦ୍ର ବିଶ୍ୱାଳ ଓ କିରଣ ବିଶ୍ୱାଳଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here