ଇସ୍ରୋର ପୂର୍ବତନ ମୁଖ୍ୟ ମାଧବନ ନାୟାର୍‌ ରବିବାର ଭାଜପାରେ ଯୋଗ ଦେଇଛନ୍ତି। ଦଳ ଅଧ୍ୟକ୍ଷ ଅମିତ ଶାହ ତାଙ୍କୁ ଦଳର ସଦସ୍ୟତା ପ୍ରଦାନ କରିଛନ୍ତି। ସେ ପୂର୍ବରୁ ଅନ୍ତରୀକ୍ଷ ଆୟୋଗର ଅଧ୍ୟକ୍ଷ ଥିଲେ। ନାୟାରଙ୍କୁ ୧୯୯୮ରେ ପଦ୍ମ ଭୂଷଣ ଓ ୨୦୦୯ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। କେରଳର ଥିରୁଭାନନ୍ତପୁରମରେ ରହୁଥିବା ନାୟାର କେରଳ ବିଶ୍ୱବିଦ୍ୟାଳୟରୁ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଏହାପରେ ସେ ଭାଭା ପରମାଣୁ ଅନୁସନ୍ଧାନ କେନ୍ଦ୍ରରେ ପଶିକ୍ଷଣ ନେଇଛନ୍ତି। ମାଧବାନ ନାୟାର୍‌ଙ୍କ ସମେତ ପୂର୍ବତନ ତ୍ରାଭାନକୋର ଦେବସୋମ ବୋର୍ଡ(ଟିବିଟି)ର ଅଧ୍ୟକ୍ଷ ଏବଂ କେପିପିସି କାର୍ଯ୍ୟକାରୀ କମିଟି ମେମ୍ବର ଜି ରମଣ ଆୟର ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଦଳର ଅଧ୍ୟକ୍ଷ ଅମିତ ଶାହା ସେମାନଙ୍କୁ ଦଳକୁ ସ୍ୱାଗତ କରିଛନ୍ତି

LEAVE A REPLY

Please enter your comment!
Please enter your name here