କଂଗ୍ରେସରେ ବିବାଦ ଘନେଇବାରେ ଲାଗିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଷୋଦଗାର କରିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି । ଗତ କିଛିଦିନ ଧରି ଦୁଇ ନେତାଙ୍କ ମଧ୍ୟରେ ତିକ୍ତତା ଏମିତି ବଢିବାରେ ଲାଗିଛି ଯେ, ତାରା ଖୋଲାଖୋଲି ନିରଞ୍ଜନଙ୍କୁ ବିରୋଧ କରୁଛନ୍ତି । ବରଂ ବୟସ ହୋଇଗଲାଣି, ନିରଞ୍ଜନ ପିସିସି ସଭାପତି ପଦରୁ ଇସ୍ତଫା ଦେଇଦିଅନ୍ତୁ ବୋଲି କହିଛନ୍ତି ତାରା । ନିରଞ୍ଜନଙ୍କ ପାଇଁ ଦଳ ନଷ୍ଟ ହୋଇଗଲାଣି ଏବଂ ବିଶୃଙ୍ଖଳାକାରୀଙ୍କୁ ନିରଞ୍ଜନ ସୁରକ୍ଷା ଦେଉଛନ୍ତି ବୋଲି ସେ କହିଛନ୍ତି । ନିରଞ୍ଜନଙ୍କୁ ପିସିସି ସଭାପତି ପଦରୁ ବହିଷ୍କାର ଦାବି କରି ତାରା କୋରାପୁଟରେ ମଧ୍ୟ କଂଗ୍ରେସ ସମର୍ଥକଙ୍କୁ ଏକାଠି କରିଛନ୍ତି । ତାରା କହିଛନ୍ତି, ବିଜେଡିରେ ନେତାମାନେ ନବୀନଙ୍କ ନାଁରେ ଭୋଟ ହାସଲ କରନ୍ତି, ବିଜେପିରେ ନେତାମାନେ ମୋଦିଙ୍କ ନାଁରେ ଭୋଟ ପାଆନ୍ତି । କିନ୍ତୁ କଂଗ୍ରେସରେ ବିଧାୟକମାନେ ନିରଞ୍ଜନଙ୍କ ନାଁରେ ଭୋଟ ପାଆନ୍ତିନି ବୋଲି କହିଛନ୍ତି । ଗତକାଲି ତାରା ପ୍ରସାଦ ନିରଞ୍ଜନଙ୍କୁ ବିରୋଧ କରି ଦରକାର ହେଲେ ବିଧାୟକ ପଦରୁ ଇସ୍ତଫା ଦେବେ ବୋଲି କହିଥିଲେ । ତେବେ ଆଜି ତାରାଙ୍କ ସ୍ବର ବଦଳିଛି । ଦଳ ଭିତରେ ରହି ନିରଞ୍ଜନଙ୍କୁ ବିରୋଧ ଜାରି ରଖିବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here