ଅନୁଗୁଳ ସାତକୋଶିଆ ଜଙ୍ଗଲରେ ଆତଙ୍କ ସୃଷ୍ଟି ଖେଳାଇଥିବା ବାଘୁଣୀ ସୁନ୍ଦରୀକୁ ନନ୍ଦନକାନନ ଅଣାଯିବ । ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରାଯିବା ପରେ ନନ୍ଦନକାନନ ଅଣାଯିବ ବୋଲି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ପ୍ରକାଶ କରିଛନ୍ତି ।
ବାଘୁଣୀ ସୁନ୍ଦରୀକୁ ନନ୍ଦନକାନନ ନେବାପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ(ଏନସିଟିଏ) ଅରାଜି ହେଲେ ବାଘୁଣୀକୁ ଯେଉଁଠୁ ଅଣାଯାଇଥିଲା ସେଠାକୁ ପଠାଇଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଲୁଚକାଳୀ ଖେଳୁଛି ବାଘୁଣୀ ସୁନ୍ଦରୀ । ସୁନ୍ଦରୀକୁ କାବୁ କରିବାପାଇଁ ସୁନାବେଡ଼ାରୁ ଏକ ସ୍ୱୟଂଚାଳିତ ଯନ୍ତା ଅଣାଯାଇଛି । ମଧ୍ୟପ୍ରଦେଶରୁ ୩ଟି ବିଶେଷଜ୍ଞ ଦଳ ଅନୁଗୁଳରେ ପହଂଚିଛନ୍ତି । ସୁନ୍ଦରୀ ବେକରେ ଯେଉଁ ଯନ୍ତ୍ର ତାହା ମାଧ୍ୟମରେ ତିନି କିଲୋମିଟର ପରିଧି ମଧ୍ୟରେ ହିଁ ଟ୍ରାକ କରାଯାଇପାରିବ । କିନ୍ତୁ ସୁନ୍ଦରୀ ଜଙ୍ଗଲ ଭିତରକୁ ଚାଲି ଯାଇଥିବାରୁ ଟ୍ରାକ କରିବା ପାଇଁ ବନବିଭାଗକୁ କାଠିକର ପାଠ ହୋଇଗଲାଣି । ବର୍ତ୍ତମାନ ଆସନବାହାଲ ଗାଁରୁ ୩ କିଲୋମିଟର ଦୂରରେ ବାଘୁଣୀ ଥିବା ଜଣାପଡ଼ିଛି.

LEAVE A REPLY

Please enter your comment!
Please enter your name here