ବାରମ୍ବାର ଫେରାର ହେବାକୁ ଚେଷ୍ଟା କରୁଥିଲା କୁଖ୍ୟାତ ଗ୍ୟାଙ୍ଗ ହାଇଦର । ଶେଷରେ ଏନକାଉଣ୍ଟରରେ ପ୍ରାଣ ହରାଇଲା । ପରିସ୍ରା କରିବା ବାହାନାରେ ଖସି ପଳାଇଯିବାକୁ ଉଦ୍ୟମ କରୁଥିବା ବେଳେ ବାରିପଦା ସିମୁଳିଆ ନିକଟରେ ଏନକାଉଣ୍ଟର କରିଥିଲା ପୋଲିସ । ହାଇଦରର ପେଟରେ ଗୁଳି ବାଜିଥିଲା । ତାକୁ ବାଲେଶ୍ବର ହସପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଶେଷରେ ଆଖି ବୁଜିଥିଲା ।
ଆଜି ହାଇଦରକୁ କଟକ ଚୌଦ୍ବାର ଜେଲରୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ଅପରାହ୍ନ 3ଟା 20 ମିନିଟରେ ସେ ପରିସ୍ରା କରିବାକୁ କହିଥିଲା । ଗାଡି ଅଟକିବା ମାତ୍ରେ ସେ ଗାର୍ଡ ହାତରୁ ବନ୍ଧୁକ ଛଡାଇ ଫେରାର ହେବାକୁ ଚେଷ୍ଟା କରିଥିଲା । ଫଳରେ ହାଇଦରକୁ ପୋଲିସ ଏନକାଉଣ୍ଟର କରିଥିଲା । ହାଇଦରର ପେଟ ଓ ହାତରେ ଗୁଳି ବାଜିଥିଲା । ହାଇଦରର ଅବସ୍ଥା ସଂକଟାପନ୍ନ ଥିବାରୁ ତାକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସମ୍ଭବ ନ ଥିଲା ।

LEAVE A REPLY

Please enter your comment!
Please enter your name here