ୱେଷ୍ଟଇଣ୍ଡିଜ ବିପକ୍ଷରେ ମୁମ୍ବାଇରେ ଖେଳା ଯାଇଥିବା ଚତୁର୍ଥ ଦିନିକିଆରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି 377 ରନ କରିଛି । ରୋହିତ ଓ ରାୟଡୁଙ୍କ ଦମଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ସାମ୍ନାରେ 378 ରନର ବିଶାଳ ଟାର୍ଗେଟ ରଖିଛି ଟିମ୍ ଇଣ୍ଡିଆ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଟିମ୍ ଇଣ୍ଡିଆ । ରୋହିତ ଓ ଧୱନଙ୍କ ଯୋଡି ଧୂଆଁଧାର ବ୍ୟାଟିଂ କରି ସ୍କୋର ଆଗକୁ ବଢାଇଥିଲେ । ଶିଖର ଧୱନ ଆଉଟ ହେବା ପରେ କ୍ୟାପଟେନ କୋହଲି ମଇଦାନକୁ ଓହ୍ଲାଇଥିଲେ । ମାତ୍ର କେବଳ  16 ରନ କରି ଆଉଟ ହୋଇଯାଇଥିଲେ ବିରାଟ । କୋହଲିଙ୍କ ପରେ ରାୟଡୁ ଆସି ନିଜର କମାଲ ଦେଖାଇଥିଲେ ।ରୋହିତ ଓ ରାୟଡୁ ଦୁହେଁ ଶତକ ହାସଲ କରିଥିଲେ । ଏହି ଯୋଡ଼ି ପରେ ଧୋନି ଓ କେଦାର ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ । ଶେଷ ବେଳକୁ ଭାରତ 5 ୱିକେଟ ହରାଇ 377 ରନ କରିବାକୁ ସକ୍ଷମ ହୋଇଥିଲା ।

LEAVE A REPLY

Please enter your comment!
Please enter your name here