ଓଡିଶା ରାଜ୍ୟ ଭାରତ ସ୍କାଉଟ ଓ ଗାଇଡ ଅନୁକୁଲ୍ୟରେ ଖୋର୍ଦ୍ଧା ବରୁଣେଇ ଠାରେ ଉଦ୍ଘାଟିତ ହୋଇଯାଇଛି ଜମ୍ବୋରି । ରାଜ୍ୟପାଳ ପ୍ରଫେସର ଡ. ଗଣେଶୀଲାଲ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ରାଜ୍ୟ ସଭାପତି ବିଷ୍ନୁଚରଣ ଦାସ, ଜାତୀୟ ରାଜ୍ୟ କମିଶନର ତଥା ରାଜ୍ୟ ଉପସଭାପତି ଡ କାଳିପ୍ରସାଦ ମିଶ୍ର , କର୍ଣାଟକ ରାଜ୍ୟ ସ୍କାଉଟ ଗାଇଡ ମୁଖ୍ୟ କମିଶନର ପିଜି ଆର ସିନ୍ଧିଆ, ଅବସରପ୍ରାପ୍ତ ନ୍ୟାୟମୂର୍ତ୍ତି ଶ୍ରୀ ମନୋରଜଂନ ମହାନ୍ତି, ଖୋର୍ଦ୍ଧା
ବିଧାୟକ ଜୋତିରିନ୍ଦ୍ର ନାଥ ମିତ୍ର , ଖୋର୍ଦ୍ଧା ଜିଲ୍ଲାପାଳ ସିତାଂଶ କୁମାର ରାଉତ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥୀ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଜମ୍ବୋରି ପତ୍ରିକା ଉନ୍ନମୋଚନ କରିଥିଲେ । ହୋମ ରେଡିଓ ମାଧ୍ୟମରେ ଜମ୍ବୋରି ସମ୍ବନ୍ଧରେ ସମସ୍ତ ସୂଚନା ଦେଶ ଓ ବିଦେଶରେ ପ୍ରସାରଣ ବ୍ୟବସ୍ଥା କରାଯାଇଛି । ପରିଶେଷରେ ରୋଭର ରେଜଂରମାନଙ୍କ ଦ୍ୱାରା ଆକର୍ଷଣୀୟ ସଂହତି ନୃତ୍ୟ ପରିବେଷଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here