ଫିଲ୍ମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ(ଏଫ୍‌ଟିଆଇଆଇ) ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଅଭିନେତା ଅନୁପମ୍‌ ଖେର ସେ ତାଙ୍କ ଇସ୍ତଫା ପତ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋରଙ୍କ ନିକଟକୁ ପଠାଇ ଦେଇଛନ୍ତି. ତେବେ ଇସ୍ତଫା ସଂପର୍କରେ ଅନୁପମ ଖେର୍ ଟ୍ବିଟ୍ କରି ଉଲ୍ଲେଖ କରିଛନ୍ତି ଯେ, ଏଫ୍‌ଟିଆଇଆଇର ଅଧ୍ୟକ୍ଷ ପଦରେ କାର୍ଯ୍ୟ କରିବା ମୋ ପାଇଁ ସମ୍ମାନଜନକ ପ୍ରସଙ୍ଗ ଥିଲା. ମାତ୍ର ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ପାଇଁ ଏଫଟିଆଇଆଇର ବିକାଶ ଦିଗରେ କିଛି କାର୍ଯ୍ୟ କରିପାରୁ ନଥିବାରୁ ଇସ୍ତଫା ଦେଲି ବୋଲି ସେ କହିଛନ୍ତି.

୬୩ ବର୍ଷୀୟ ଅନୁପମ୍‌ ଖେରଙ୍କୁ ଗତବର୍ଷ ଅକ୍ଟୋବର ୧୧ରେ ଏଫ୍‌ଟିଆଇଆଇର ଅଧ୍ୟକ୍ଷ ପଦରେ ନିଯୁକ୍ତି ମିଳିଥିଲା।

LEAVE A REPLY

Please enter your comment!
Please enter your name here