ବାଲେଶ୍ୱର ଜିଲ୍ଲାରେ ଭୋଗରାଇ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ର ଏକ ବୃହତ ଗଡ଼ କହିଲେ ଅତ୍ୟୁକ୍ତି ହେବନାହିଁ। ଦୀର୍ଘ ବର୍ଷ ଧରି ଏହି ନିର୍ବାଚନ ମଣ୍ଡଳୀରେ ବିଜେଡି ଲଗାତାର ଭାବେ ବାଜିମାତ କରି ଆସୁଥିବା ଲକ୍ଷ୍ୟ କରାଯାଉଥିଲା ବେଳେ,୨ୟ ସ୍ଥାନରେ ସବୁବେଳେ ରହିଛି କଂଗ୍ରେସ। ଗତ ପଂଚାୟତ ନିର୍ବାଚନରେ ବିଜେଡିକୁ ମିଳିଛି ଏକ ତରଫା ସଫଳତା।ଏ ପରିକି ଏବର ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି ମଧ୍ୟ ଭୋଗରାଇ ନିର୍ବାଚନ ମଣ୍ଡଳୀର। ଏ ସବୁ ସଫଳତା ପଛରେ ରହିଛି ରାଜ୍ୟର ବିଜେଡିର ବରିଷ୍ଠ ନେତା, ଭୋଗରାଇ ବିଧାୟକ ତଥା ରାଜ୍ୟ ଉଚ୍ଚଶିକ୍ଷା ଓ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସଙ୍କ ନେତୃତ୍ୱର ପରିପ୍ରକାଶ।ଶ୍ରୀ ଦାସ ଯିଏକି ଏମିତି ବ୍ୟକ୍ତି ଚାକିରୀ ଜୀବନ ରୁ ଅବସର ନେବାପରେ ରାଜନୀତି ରେ ପାଦ ଦେଇ ଖୁବ୍ କମ୍ ସମୟ ମଧ୍ୟରେ ବିଜେଡିର ବହୁ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ ଅବସ୍ଥାପିତ ହୋଇ ସୁଚାରୁରୂପେ ତୁଲାଇବାକୁ ସକ୍ଷମ ହୋଇ ପାରିଛନ୍ତି। ବିଜେଡିର ଯୋଗଦେଇ, ବିଧାୟକ ହେବା ସହିତ ପରେ ପରେ ବିଜେଡି ଜିଲ୍ଲା ସଭାପତି, ରାଜ୍ୟ ମୁଖ୍ୟ ସଚେତକ ପୁଣି ପରେ ପରେ ଉଚ୍ଚ ଶିକ୍ଷା ମନ୍ତ୍ରୀ। ପୁଣି ମାତ୍ର କିଛି ଦିନ ବ୍ୟବଧାନରେ ଉଚ୍ଚ ଶିକ୍ଷା ବିଭାଗ ସହ ଶିଳ୍ପ ବିଭାଗ ର ଦାୟୀତ୍ୱ। ତାଙ୍କର ଭାବମୂର୍ତ୍ତି, ସାଂଗଠନିକ ଦକ୍ଷତା ଖୁବ୍ ପ୍ରଶଂସନୀୟ ରହିଥିବା ବେଳେ, ନିଜ ଅଞ୍ଚଳର ବିଭିନ୍ନ ବର୍ଗର ଲୋକମାନଙ୍କ ସହିତ ସିଧାସଳଖ ସଂପୃକ୍ତି ତାଙ୍କର ରାଜନୈତିକ ସ୍ଥିତିର ଆଉ ଏକ ମାପକାଠି। କେବଳ ବାଲେଶ୍ୱର ଜିଲ୍ଲା ନୁହଁ ସମଗ୍ର ରାଜ୍ୟର ବୁଦ୍ଧିଜୀବୀ, ବରିଷ୍ଠ ତଥା ବିଭିନ୍ନ ବର୍ଗର ଲୋକମାନଙ୍କ ସହିତ ତାଙ୍କର ଖୁବ୍ ଭଲ ସମ୍ପର୍କ ରହି ଆସିଥିବା ବେଳେ, ବିଭିନ୍ନ କାର୍ଯ୍ୟକ୍ରମ ରେ ସେ ନିଜକୁ ସାମିଲ କରିବା ଲକ୍ଷ୍ୟ କରାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଆଗାମୀ ସାଧାରଣ ନିର୍ବାଚନରେ ଜିଲ୍ଲାର ଆଠଟି ନିର୍ବାଚନ ମଣ୍ଡଳୀରୁ ସାତୋଟି ରେ ବିଜେଡି ର ଆଶାୟୀଙ୍କ ନାମ ଚର୍ଚ୍ଚା ଚାଲିଥିବା ବେଳେ, କେବଳ ଭୋଗରାଇ ବିଜେଡିର ସେମିତି କାହାରି ନାମ ଏ ପର୍ଯ୍ୟନ୍ତ ଚର୍ଚା ପରିସରରେ ନ ଥିବା ଜଣାଯାଇଛି। ୨୦୧୪ ନିର୍ବାଚନ ପାଇଁ ଶ୍ରୀ ଦାସ ଟିକେଟ ପାଇବା ସମୟରେ ଅବଶ୍ୟ କିଛି ଲୋକ ତାଙ୍କୁ ବିରୋଧ କରିଥିବା ଲକ୍ଷ୍ୟ କରାଯାଇଥିଲା। ଯାହାକି ପରବର୍ତ୍ତୀ ସମୟରେ ଶ୍ରୀ ଦାସ ଏହି ବିରୋଧ କୁ ସଜାଡିବା ରେ ସକ୍ଷମ ହୋଇଥିଲେ। କିନ୍ତୁ ଏବେ ଯାହା ଶୁଣିବାକୁ ମିଳୁଛି, ଯଦି ସତ୍ୟ ହୋଇଥାଏ, ତାହାଲେ ବାଲେଶ୍ଵର ଜିଲ୍ଲା ବିଜେଡି ର ଅନ୍ୟତମ ଗଡ ଦୋହଲି ଯିବନିତ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଥିବା ଲକ୍ଷ୍ୟ କରାଯାଉଛି।

LEAVE A REPLY

Please enter your comment!
Please enter your name here