ବିଶ୍ୱର ସୁଉଚ୍ଚ ମୂର୍ତ୍ତି, ଷ୍ଟାଚ୍ୟୁ ଅଫ୍ ୟୁନିଟି । ଦେଶର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତ୍ତି । ଗୁଜୁରାଟ ନର୍ମଦା ଜିଲ୍ଲାର କେଭାଡିଆରେ ନିର୍ମିତ ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି । ଆସନ୍ତୁ ଜାଣିବା ଷ୍ଟାଚ୍ୟୁ ଅଫ୍ ୟୁନିଟି ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ କଥା ।
୧. ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ମୂର୍ତ୍ତିକୁ ନିର୍ମାଣ କରିଛି ଲାର୍ସନ୍ ଏଣ୍ଡ ଟର୍ବୋ ବା ଏଲଏଣ୍ଡଟି କମ୍ପାନୀ । ବିଶ୍ୱର ସବୁଠୁ ଉଚ୍ଚତମ ମୂର୍ତ୍ତି ହୋଇଛି ଷ୍ଟାଚ୍ୟୁ ଅଫ୍ ୟୁନିଟି ।
୨. ଷ୍ଟାଚ୍ୟୁ ଅଫ୍ ୟୁନିଟିର ଉଚ୍ଚତା ୧୮୨ ମିଟର । ଚୀନ ସ୍ଥିତ ସ୍ପ୍ରିଙ୍ଗ ଟେମ୍ପଲରେ ଥିବା ବୁଦ୍ଧଙ୍କ ପ୍ରତିମାଠାରୁ (୧୫୩ମିଟର) ବି ବଡ଼ । ନ୍ୟୁୟର୍କ ସ୍ଥି ଷ୍ଟାଚ୍ୟୁ ଅଫ୍ ଲିବର୍ଟିର ଉଚ୍ଚତାଠାରୁ ଦୁଇଗୁଣା ଉଚ୍ଚ ।
୩. ୩୩ ମାସରେ ସରିଛି ନିର୍ମାଣ କାମ । ଯାହାକି ବିଶ୍ୱ ରେକର୍ଡ । ଶିଳାନ୍ୟାସ ୨୦୧୩ ମସିହାରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବା ବେଳେ ନରେନ୍ଦ୍ର ମୋଦି କରିଥିଲେ । କିନ୍ତୁ ପ୍ରକୃତରେ ୨୦୧୫ ମସିହା ଡିସେମ୍ୱର ୧୯ ତାରିଖରୁ ନିର୍ମାଣ କାମ ଆରମ୍ଭ ହୋଇଥିଲା । ଚୀନ୍ ସ୍ପ୍ରିଙ୍ଗ ଟେମ୍ପଲ ବୁଦ୍ଧ ମୂର୍ତ୍ତିର ନିର୍ମାଣ ପାଇଁ ଲାଗିଥିଲା ୧୧ ବର୍ଷ ।
୪. ଷ୍ଚାଚ୍ୟୁ ଅଫ୍ ୟୁନିଟିରେ ଖର୍ଚ୍ଚ ହୋଇଛି ୨ ହଜାର ୯୮୯ କୋଟି ଟଙ୍କା । ଅର୍ଥାତ୍ ପାଖାପାଖି ୩ ହଜାର କୋଟି ଟଙ୍କା ଲାଗିଛି ।
୫. ମୂର୍ତ୍ତିର ସମସ୍ତ ନିର୍ମାଣ କାମ ଭାରତରେ କରାଯାଇଛି । କେବଳ ମୂର୍ତ୍ତିରେ ପିତଳ ଆସ୍ତରଣର କିଛି କାମ ବାହାରେ କରାଯାଇଛି । କୁହାଯାଉଛି ଷ୍ଟାଚ୍ୟୁ ଅଫ୍ ୟୁନିଟି ସମ୍ପୂର୍ଣ୍ଣ ସ୍ୱଦେଶୀ ।
୬. ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଏହି ମୂର୍ତ୍ତି ସର୍ଦ୍ଦାର ସରୋବର ନଦୀବନ୍ଧଠାରୁ ସାଢ଼େ ତିନି କିଲୋମିଟର ଦୂରରେ ନିର୍ମିତ ।
୭. ଷ୍ଟାଚ୍ୟୁ ଅଫ୍ ୟୁନିଟିର ମୋଟ୍ ଓଜନ ୧୭ ଶହ ଟନ୍ । ଉଚ୍ଚତା ୫୨୨ ଫୁଟ୍ । ଅର୍ଥାତ ୧୮୨ ମିଟର ।
୮. ସର୍ଦ୍ଦାର ବଲ୍ଲଭଭାଇ ପଟେଲରଙ୍କ ପାଦର ଉଚ୍ଚତା ୮୦ ଫୁଟ୍ । ହାତର ଉଚ୍ଚତା ୭୦ ଫୁଟ୍ । କାନ୍ଧ ୧୪୦ ଫୁଟ ଓ ଶରୀର ୭୦ଫୁଟ୍ ଉଚ୍ଚ ।
୯. ଦେଶର ବିଶିଷ୍ଟ ସ୍ଥପତି ରାମ ବି. ସୁତାରଙ୍କ ତତ୍ତ୍ୱାବଧାନରେ ନିର୍ମାଣ ହୋଇଛି ଷ୍ଟାଚ୍ୟୁ ଅଫ୍ ୟୁନିଟି । ଆରବ ସମାଗରରେ ମୁମ୍ୱାଇ ନିକଟରେ ନିର୍ମାଣଧୀନ ଶିବାଜୀଙ୍କ ମୂର୍ତ୍ତିର ବି ସେ ଡିଜାଇନ୍ କରୁଛନ୍ତି ।
୧୦. ଅନୁମାନ କରାଯାଉଛି, ପ୍ରତିଦିନ ଷ୍ଟାଚ୍ୟୁ ଅଫ୍ ୟୁନିଟି ଦେଖିବା ପାଇଁ ୧୫ ହଜାରରୁ ଅଧିକ ପର‌୍ୟ୍ୟଟକ ଆସିବେ । ଏବେ ଗୁଜୁରାଟ ଦେଶର ସବୁଠୁ ବ୍ୟସ୍ତବହୁଳ ପର‌୍ୟ୍ୟଟନ ସ୍ଥଳ ଭାବରେ ଗଣାହେବ ।

LEAVE A REPLY

Please enter your comment!
Please enter your name here