‘କୌନ ବନେଗା କରୋଡ ପତି’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଚର୍ଚ୍ଚା । କେବିସିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ପ୍ରତିଯୋଗୀଙ୍କୁ କରାଯାଇଥିଲା ପ୍ରଶ୍ନ । ବିଗ୍ ବି ଅମିତାଭ ବଚ୍ଚନ ପ୍ରତିଯୋଗୀଙ୍କୁ ଧର୍ମେନ୍ଦ୍ରଙ୍କର ଫଟୋ ଦେଖାଇ ପ୍ରଶ୍ନ କରିଥିଲେ ଯେ, କେଉଁ ନାଁରେ ସେ ଦେଶରେ ପରିଚିତ । ପ୍ରଶ୍ନର ଉତ୍ତରରେ ଅପ୍ସନ ରଖାଯାଇଥିଲା । ସ୍ୱଚ୍ଛ ଭାରତ ମ୍ୟାନ, ଉଜ୍ଜଳା ମ୍ୟାନ, ଜନଧନ ମ୍ୟାନ । ତେବେ ହଟ୍ ସିଟରେ ବସିଥିବା ବ୍ୟକ୍ତି ଅଶ୍ୱିନୀ କୁମାର ସିହ୍ନା ଏହାର ଉତ୍ତର କହିଥିଲେ । ଧର୍ମେନ୍ଦ୍ର ପ୍ରଧାନ ଉଜ୍ଜଳା ମ୍ୟାନ ଭାବେ ପରିଚିତ । ଏହାର ଉତ୍ତର ଅମିତାଭ ବଚ୍ଚନ କହିବା ପରେ ଉପସ୍ଥିତ ଦର୍ଶକ ତାଳି ମାରିଥିଲେ । ଏହାପରେ ଅମିତାଭ କହିଥିଲେ ଯେ, ୨୦୧୪ରୁ ୨୦୨୧ ପର୍ଯ୍ୟନ୍ତ ଧର୍ମେନ୍ଦ୍ରଙ୍କର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହିସାବରେ ଉଜ୍ଜଳା ଯୋଜନାର ସଫଳ ରୂପାୟନକୁ ପ୍ରଶଂସା କରିଥିଲେ । ଏହି ପ୍ରଶ୍ନ ଆସିବା ପରେ ସାମାଜିକ ଗଣାମଧ୍ୟମରେ ଧର୍ମେନ୍ଦ୍ରଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ।

LEAVE A REPLY

Please enter your comment!
Please enter your name here