ୟୁକ୍ରେନରୁ ଫେରିବେ ଭାରତୀୟ । ୟୁକ୍ରେନରୁ ଭାରତୀୟଙ୍କୁ ଆଣିବାଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ୟୁକ୍ରେନ ଏୟାରପୋର୍ଟ ଅଭିମୁଖେ ଉଡାଣ ଭରିଛି ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ । ୨୦୦ ସିଟ୍ ବିଶିଷ୍ଟ ଏୟାର ଇଣ୍ଡିଆ ବି-୭୮୭ ବିମାନ ଉଡାଣ ଭରିଛି । ଆଜି ରାତି ସୁଦ୍ଧା ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଫେରିବ ବିମାନ । ସପ୍ତାହରେ ତିନିଟି ବିମାନରେ ଫେରିବେ ଭାରତୀୟ ନାଗରିକ । ମିଳିଥିବା ସୂଚନା ଅନୁସାରେ ଏୟାର ଇଣ୍ଡିଆର ଏହି ସ୍ୱତନ୍ତ୍ର ବିମାନ ରାତି ୧୦ରେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଆଣି ନୂଆଦିଲ୍ଲୀରେ ପହଞ୍ଚିବ । ଏହା ବ୍ୟତୀତ ଭାରତ ତରଫରୁ ଚଳିତ ମାସରେ ଆଉ ଦୁଇଟି ବିମାନ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଆଣିବା ପାଇଁ ଯିବ । ଦ୍ୱିତୀୟ ବିମାନ ୨୪ ଫେବ୍ରୁଆରୀରେ ଓ ତୃତୀୟ ବିମାନ ୨୬ ଫେବ୍ରୁଆରୀରେ ୟୁକ୍ରେନ ଯିବ । ୟୁକ୍ରେନ ସ୍ଥିତ ଭାରତୀୟ ଦୁତାବାସର ଆମ୍ବାସଡର ଅଛନ୍ତି ପାର୍ଥ ସାରଥୀ,ଯିଏକି ୧୯୯୦ ବ୍ୟାଚ୍ ଓଡିଆ ଆଇଏଫଏସ ଅଫିସର । ତାଙ୍କ ଘର ଭୁବନେଶ୍ୱରରେ । ପାଖାପାଖି ୨୦,୦୦୦ ଭାରତୀୟ ୟୁକ୍ରେନରେ ରହୁଥିବାବେଳେ ସେମାନଙ୍କ ମଧ୍ୟରେ ପ୍ରାୟ ୧୮ ହଜାର ଛାତ୍ରଛାତ୍ରୀ । ୟୁକ୍ରେନର ଶିକ୍ଷା ମନ୍ତ୍ରାଳୟଙ୍କ ସୂଚନା ଅନୁସାରେ, ୨୪ ପ୍ରତିଶତ ପ୍ରବାସୀ ଛାତ୍ର କେବଳ ଭାରତର । ମେଡିକାଲ , ଡେଣ୍ଟାଲ ଓ ନର୍ସିଂ ପାଇଁ ଭାରତ ଛାତ୍ରଙ୍କ ମଧ୍ୟରେ ୟୁକ୍ରେନର ଚାହିଦା ଅଧିକ । ସ୍ଥିତି ବିଗୁଡୁଥିବାବେଳେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ବିବ୍ରତ ନହେବାକୁ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here