ଶେଷରେ 14 ବର୍ଷ ଅପେକ୍ଷାର ଅନ୍ତ ଘଟିଛି. ଭାରତର ରାଜଧାନୀ ଦିଲ୍ଲୀକୁ ମିଳିବାକୁ ଯାଉଛି ଏକ ନୂଆ ପରିଚୟ. ବଜୀରାବାଦ୍ ଯମୁନା ନଦୀ କୂଳରେ ନିର୍ମାଣ କରାଯାଇଛି ସିଗ୍ନେଚର ବ୍ରିଜ. ଯାହାକୁ ଅପରାହ୍ନ 4 ଟାରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ. ଏହି ବ୍ରିଜର ଶୁଭାରମ୍ଭ ପରେ ଦିଲ୍ଲୀବାସୀଙ୍କୁ ଦୈନନ୍ଦିନର ଟ୍ରାଫିକ ସମସ୍ୟାରୁ ମୁକ୍ତି ମିଳିବ. ଅନ୍ୟପଟେ ମନୋଜ ତିୱାରୀ କହିଛନ୍ତି, ବିନା ନିମନ୍ତ୍ରଣରେ ମଧ୍ୟ ସେ ସିଗ୍ନେଚର ବ୍ରିଜ ଉଦଘାଟନୀ ସମାରୋହରେ ଉପସ୍ଥିତ ରହିବେ ଏବଂ କେଜରୀୱାଲ ପହଞ୍ଚିବା ପୂର୍ବରୁ ସେ ସେଠାରେ ପହଞ୍ଚିବେ. ତେବେ ବ୍ରିଜ ଉଦଘାଟନ ପୂର୍ବରୁ ଆପ୍ ଓ ବିଜେପି ପାର୍ଟି ମଧ୍ୟରେ ଏହା ଏକ ପ୍ରକାର କଳହ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ.







