ଦକ୍ଷିଣ ଭାରତର କେତେକ ରାଜ୍ୟରେ ଦେବଦାସୀ ପ୍ରଥା ଏବେବି ପ୍ରଚଳିତ ହୋଇଆସୁଛି। ଏଠାକାର ଜନଜାତି ବହୁଳ ଅଞ୍ଚଳରେ ଏହି ପରମ୍ପରାକୁ ଯେପରି ଭାବରେ ପାଳନ କରାଯାଏ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ । କର୍ନାଟକର ଆଦିବାସୀବହୁଳ ଅଞ୍ଚଳରେ ଯଦି ଜଣେ ବାଳିକାଙ୍କ ମୁଣ୍ଡରେ ଜଟ ହୋଇଥାଏ ତେବେ ତାଙ୍କୁ ଦେବଦାସୀ ହେବାକୁ ପଡିଥାଏ । ଏଥିପାଇଁ ଗାଁ ଲୋକଙ୍କ ସମ୍ମୁଖରେ ପ୍ରଥମେ ଉକ୍ତ ବାଳିକାଙ୍କୁ ଦଣ୍ଡ ଦିଆଯାଏ ବୋଲି ଏଠାକାର ଲୋକେ କୁହନ୍ତି । ଯଦି କୌଣସି ବାଳିକାର ମୁଣ୍ଡରେ ଜଟ ଦେଖାଯାଏ ତେବେ ଗାଁର ୫ ଜଣ ବ୍ୟକ୍ତି ମିଶି ସର୍ବ ସମ୍ମୁଖରେ ବାଳିକାଙ୍କ ବସ୍ତ୍ର ଖୋଲି ଦିଅନ୍ତି । ଏହାପରେ ଗାଁରେ ଥିବା ମନ୍ଦିରକୁ ତାଙ୍କୁ ପଠାଇ ଦିଆଯାଏ । ମନ୍ଦିର ପକ୍ଷରୁ ତାଙ୍କୁ ଛୋଟ ଛୋଟ ଲୁଗା ଯୋଗାଇ ଦିଆଯାଇଥାଏ । ଏହାପରେ ଉକ୍ତ ବାଳିକା ଯୌବନ ପ୍ରାପ୍ତି ହେବାପରେ ତାଙ୍କୁ ମନ୍ଦିରରୁ ନେଇ ବେଶ୍ୟାଳୟରେ ଛାଡି ଦିଆଯାଇଥାଏ । ଜୀବନରେ ସେ କେବେ ବିବାହ କରିପାରନ୍ତି ନାହିଁ । ଆଉ ଏହି ସମୟରେ ସେ ସର୍ବସାଧାରଣଙ୍କ ସମ୍ପତ୍ତି ବୋଲି କୁହାଯାଏ । ଅର୍ଥାତ୍‌ ଯେ କେହି ଚାହିଁଲେ ତାଙ୍କ ସହ ଯେମିତି ଇଚ୍ଛା ବ୍ୟବହାର କରିପାରନ୍ତି ।

LEAVE A REPLY

Please enter your comment!
Please enter your name here