ରାଜ୍ୟରେ ଥିବା ଉଚ୍ଚ ଜମି ଅଂଚଳ ପାଇଁ କୃଷି ଉତ୍ପାଦନ କ୍ଲଷ୍ଟର୍‌ର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି । ଏହି ଯୋଜନାରେ ଆଗାମି ୪ ବର୍ଷ ମଧ୍ୟରେ ରାଜ୍ୟରେ ୧୨ ଗୋଟି ଢିପଜମି ଥିବା ଜିଲ୍ଲାରେ ୪୦ ଗୋଟି ପଛୁଆ ବ୍ଲକ୍‌ରେ ପ୍ରାୟ ୧ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆୟକୁ ବୃଦ୍ଧି କରାଯାଇପାରିବ । ଏଥିରେ ୧୫୦ ଜଣ ଚାଷୀଙ୍କୁ ନେଇ ଉତ୍ପାଦକ ଗୋଷ୍ଠୀ ଗଠନ କରାଯିବ । ୪୦ ଏକର ପରିମିତ ଜମିରେ ମୁଖ୍ୟତଃ ଉଦ୍ୟାନ କୃଷି ଭିତ୍ତିକ ଫସଲ ଚାଷ କରିବାକୁ ସୁବିଧା ପ୍ରଦାନ କରାଯିବ । ଉତ୍ପାଦକ ଗୋଷ୍ଠୀରୁ ୪ ରୁ ୫ ହଜାର ଚାଷୀଙ୍କୁ ନେଇ କୃଷି ଉତ୍ପାଦନ କ୍ଲଷ୍ଟର୍‌ ପ୍ରତିଷ୍ଠା କରାଯିବ । କ୍ଲଷ୍ଟର ପାଇଁ ୬୫୦ଟି ଉତ୍ପାଦକ ଗୋଷ୍ଠୀ ସହ ୩୦ଟି ଉତ୍ପାଦକ କମ୍ପାନୀ ପ୍ରତିଷ୍ଠା କରାଯିବା ନେଇ ସ୍ଥିର ହୋଇଛି । ଏହା ସହିତ ଗୃହ ପାଳିତ ପଶୁ ପାଳନ ପାଇଁ ମଧ୍ୟ ସହାୟତା ପ୍ରଦାନ କରାଯିବ । ବିକ୍ରିବଟା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବଜାର ପ୍ରଶସ୍ତ ମଧ୍ୟ କରାଯିବ । ୧୬ ହଜାର ଏକର ଚାଷଜମିକୁ ଜଳସେଚିତ ଜମିରେ ପରିଣତ କରାଯିବ । ଏହା ସହ ୮ ହଜାର ଏକର ଜମିରେ ଫଳଚାଷ କରାଯିବ ଏବଂ ୭୦ ହଜାର ଚାଷୀଙ୍କୁ କୃଷି ଯନ୍ତ୍ରପାତି ଯୋଗାଇ ଦିଆଯିବ । ଆହୁରି ମଧ୍ୟ ୩୦ ହଜାର ଚାଷୀଙ୍କୁ ଛେଳି ଓ କୁକୁଡା ପାଳନ ପାଇଁ ଭିତିଭୂମି ଯୋଗାଇ ଦିଆଯିବାନେଇ ସୂଚନା ମିଳିଛି । କୃଷି ଉତ୍ପାଦନ କ୍ଲଷ୍ଟର ପାଇଁ ୪୦୧.୬୦ କୋଟି ଟଙ୍କା ଖର୍ଚ୍ଚ ହେବ । ଆବଶ୍ୟକ ଅର୍ଥ ରାଜ୍ୟ ପଂଚାୟତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଅଧିନରେ ଥିବା ଓଡ଼ିଶା ଜିବିକା ମିଶନ୍‌ ୭୦.୦୬ କୋଟି, ଏପିକଲ୍‌ ୧୭.୮୦ କୋଟି ଓ ଭାରତ ରୁରାଲ ଲାଇଭ୍‌ଲିହୁଡ଼୍‌ ଫାଉଣ୍ଡେସନ୍‌ ଓ ସହଯୋଗୀ ସଂସ୍ଥା ୨୦.୩୪ କୋଟି ଏବଂ ରାଜ୍ୟର କୃଷି ଓ ଆନୁସଙ୍ଗୀକ ବିଭାଗ ଗୁଡ଼ିକ ୨୯୩.୪୦ କୋଟି ଟଙ୍କା ଯୋଗାଇବେ ।

LEAVE A REPLY

Please enter your comment!
Please enter your name here