ବିବାହର ପାଖାପାଖି ଦୁଇଘଣ୍ଟା ପରେ ନବବିବାହିତ ଦମ୍ପତିଙ୍କ ସହ ଏଭଳି କିଛି ଦୁଃଖଦ ଘଟଣା ଘଟିଛି, ଯାହାକୁ ଶୁଣିଲେ ଆପଣ ମଧ୍ୟ ଚକିତ ହୋଇ ରହିଯିବେ. ସୂଚନା ଅନୁସାରେ, ଆମେରିକାର ଟେକ୍ସାସ ରେ ଏକ ନବବିବାହିତ ଦମ୍ପତିଙ୍କ ବିବାହ ଅନୁଷ୍ଠିତ ହୋଇଥିଲା. ବିବାହ ଶେଷ ହେବା ପରେ ନବ ଦମ୍ପତିଙ୍କୁ ହେଲିକପ୍ଟରରେ ଅତିଥିମାନେ ଖୁସିରେ ବିଦାୟ ଦେଇଥିଲେ. ହେଲେ, ହେଲିକପ୍ଟର ଉଡିବାର କିଛି ସମୟ ପରେ ହେଲିକପ୍ଟରଟି ପାହାଡରେ ପିଟି ହୋଇ କ୍ରାସ ହୋଇଯାଇଥିଲା. ଯାହାଫଳରେ ନୂଆ କରି ଜୀବନ ଆରମ୍ଭ କରିବାକୁ ଥିବା ନବଦମ୍ପତିଙ୍କ ମୃତ୍ୟୁ ହୋଇଛି. ଏହି ଘଟଣାରେ ପାଇଲଟଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି.

 

LEAVE A REPLY

Please enter your comment!
Please enter your name here