ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଲକ୍ଷ୍ନୌରେ ଅନୁଷ୍ଠିତ ହେବାକୁ ଯାଉଛି ତ୍ରି-ସ୍ତରୀୟ ସିରିଜ ବିଶିଷ୍ଟ ଟି-20 ମ୍ୟାଚର ଦ୍ୱିତୀୟ ମ୍ୟାଚ. ସନ୍ଧ୍ୟା 7ଟାରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚରେ ଉଭୟ ଦଳ ଜୋରଦାର ପ୍ରସ୍ତୁତି ସହ ମଇଦାନକୁ ଓହ୍ଲାଇବେ. ତେବେ ଗତ ମ୍ୟାଚରେ ଭାରତ ବିଜୟ ଲାଭ କରି 1-0 ରେ ଆଗୁଆ ରହିଛି. ଦିନିକିଆ ସିରିଜ ହାରିବା ପରେ ୱେଷ୍ଟଇଣ୍ଡିଜର ଲଗାତର ପରାଜୟ ଜାରି ରହିଛି. ଅନ୍ୟପଟେ ଭାରତର ପ୍ରଦର୍ଶନ ଭଲ ରହିଥିବା ବେଳେ ଆଜିର ମ୍ୟାଚଟି ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ ଦଳ ପାଇଁ ଗୁରୁତ୍ୱପୂରର୍ଣ୍ଣ ରହିବ. ଏହାଛଡା ଆଜିର ମ୍ୟାଚରେ ଭାରତ ବିଜୟ ଲାଭ କରି ସିରିଜ୍ କବଜା କରିବା ପାଇଁ ଚେଷ୍ଟା କରିବ. ଅନ୍ୟପଟେ ୱେଷ୍ଟଇଣ୍ଡିଜ ମଧ୍ୟ ଏହି ମ୍ୟାଚକୁ ଜିତିବା ପାଇଁ ପ୍ରୟାସ ଜାରି ରଖିବ.

LEAVE A REPLY

Please enter your comment!
Please enter your name here