ଭାରତୀୟ ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ନଭେମ୍ବର ୧୯ରେ ଆରବିଆଇ ଗଭର୍ନର ଉର୍ଜିତ ପଟେଲ ନିଜ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ବୋଲି ବୁଧବାର ଦିନ ଏକ ଗଣମାଧ୍ୟମ ସୂତ୍ରରୁ ଖବର ମିଳିଛି । କେନ୍ଦ୍ରୀୟ ବ୍ୟାଙ୍କ୍‌ର ପରବର୍ତ୍ତୀ ବୋର୍ଡ ବୈଠକ ସେ ଏହି ନିଷ୍ପତ୍ତି ନେବେ। ସୂଚନାଯୋଗ୍ୟ, ରିଜର୍ଭ ବ୍ୟାଙ୍କ ଏକ ସ୍ବାଧୀନ ସଂସ୍ଥା ହୋଇଥିବାରୁ ପରିଚାଳନା ଓ ନୀତିଗତ ନିଷ୍ପତ୍ତିରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିବା ଉଚିତ୍ ନୁହେଁ ବୋଲି କିଛିଦିନ ତଳେ ଆରବିଆଇ ଡେପୁଟୀ ଗଭର୍ନର ବିରାଳ ଆଚାର୍ଯ୍ୟ ମତ ଦେଇଥିଲେ। ଏହାପରେ ଆରବିଆଇ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦର ସାମ୍ନାକୁ ଆସିଥିଲା।

LEAVE A REPLY

Please enter your comment!
Please enter your name here