ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ୍ କାଲାମଙ୍କ ଟୁଇଟର ଆକାଉଣ୍ଟରୁ ତଥ୍ୟ ଚୋରି ନେଇ ଅଭିଯୋଗ ଆଣିଛନ୍ତି ତାଙ୍କର ଜଣେ ସଂପର୍କୀୟ. କାଲାମଙ୍କ ସଂପର୍କୀୟ ଶୈଖ୍ ଦାଓ୍ୱଦ୍ କାଲାମ ତଥ୍ୟ ଚୋରି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଅଭିଯୋଗ କରିଛନ୍ତି. କାଲାମ ସେଣ୍ଟରର ଆଡମିନ୍ ତାଙ୍କୁ ଦିଆଯାଉ ବୋଲି ପ୍ରଧାନମନ୍ତ୍ରୀ ଆଗରେ ଆଗ୍ରହ ପ୍ରକାଶ କରିଛନ୍ତି ଦାଓ୍ୱଦ.

ନିଜ ନିବେଦନ ପତ୍ରରେ ଦାଓ୍ୱଦ୍ ଲେଖିଛନ୍ତି ଯେ 2016 ମସିହାରେ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ୍ କାଲାମଙ୍କ ମୃତ୍ୟୁ ପରେ ତାଙ୍କ ଆସିଷ୍ଟାଣ୍ଟ୍ ଶ୍ରୀଜନପଲ୍ ସିଂ ଙ୍କୁ ତାଙ୍କ ଆକାଉଣ୍ଟ କାଲାମଙ୍କ ଭାଇଙ୍କୁ ପ୍ରଦାନ କରିବାକୁ କହିଥିଲେ.

ମାତ୍ର ସିଂ ତାଙ୍କୁ ମଧ୍ୟ ଦାଓ୍ୱଦ୍ କାଲାମଙ୍କ ନାମରେ ଏକ ନୂଆ ଟୁଇଟର ପେଜ୍ ଖୋଲି ସଂପର୍କୀୟଙ୍କୁ ଆଡମିନ୍ ରଖିବାକୁ କହିଥିଲେ. ମାତ୍ର ସେ ବି ଆକାଉଣ୍ଟ ଖୋଲି ନଥିଲେ. ଦାଓ୍ୱଦ ଅଭିଯୋଗ ଆଣିଛନ୍ତି ଯେ ସିଂ କାଲାମଙ୍କ ଟୁଇଟର ଆକାଉଣ୍ଟରୁ ତଥ୍ୟ ଚୋରି କରି ତାହାକୁ ନେଇ ସେଣ୍ଟର ଆକାଉଣ୍ଟରେ ରଖୁଛନ୍ତି.

 

 

LEAVE A REPLY

Please enter your comment!
Please enter your name here