ଦିନକୁ ଦିନ ବଢୁଥିବା ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଆଇସିୟୁ ଶଯ୍ୟା ସଂଖ୍ୟା ବଢାଇବାକୁ ନିଷ୍ପତି ନେଇଛନ୍ତି ଓଡିଶା ସରକାର. ଏ ନେଇ ଗତ ମଙ୍ଗଳବାର ଦିନ ରାଜ୍ୟ ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା. ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ସମେତ କ୍ୟାପିଟାଲ ହସ୍ପିଟାଲ, ବୁର୍ଲା ହସ୍ପିଟାଲ, ଶିଶୁ ଭବନ, ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନ ଓ ଅନ୍ୟ ଡାକ୍ତରଖାନାମାନଙ୍କରେ ଅଧିକ ଆଇସିୟୁ ଓ ହାଇ ଡିଫେନ୍ସ ୟୁନିଟ୍ସ ନିର୍ମାଣ କରାଯିବ ବୋଲି ସୂଚନା ଦେଇଛନ୍ତି ପରିବାର ଓ ସ୍ୱାସ୍ଥ୍ୟ କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା.

LEAVE A REPLY

Please enter your comment!
Please enter your name here