ଦାମ ଗଢିବେ ନୂଆ ଦଳ । ବିଜେଡିରୁ ବହିଷ୍କାର ହୋଇଥିବା ପାରାଦ୍ୱୀପ ବିଧାୟକ ଦାମ ନୂଆ ରାଜନୈତିକ ଦଳ ଗଢିବା ନେଇ ଆଭାସ ଦେଇଛନ୍ତି । ଏହାସହ ଦୀପାବଳୀରେ ରାଜ୍ୟ ସରକାରଙ୍କୁ ବାଣ ମଧ୍ୟ ମାରିଛନ୍ତି ଦାମ ।
ଶ୍ରୀ ରାଉତ କହିଛନ୍ତି ଯେ ଦୁର୍ନୀତି, ଭ୍ରଷ୍ଟାଚାର ଏବଂ କୁଶାସନ ବିରୋଧରେ ଦଳ ଗଠନ ହେବ । ଆସନ୍ତା ୯ ଏବଂ ୧୦ ତାରିଖରେ ଏନେଇ ବୈଠକରେ ଆଲୋଚନା କରାଯିବ । ଏହା ପରେ ୧୧ ଏବଂ ୧୨ ତାରିଖରେ ଏବାବଦରେ ସ୍ପଷ୍ଟ ସୂଚନା ଦିଆଯିବ । ତେବେ ସେ ଯେଉଁ ଦଳ ଗଢନ୍ତୁ ନା କାହିଁକି ବିଜୁ ବାବୁଙ୍କ ନାଁରେ ଦଳ ନାମିତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ସାରା ଓଡ଼ିଶାରେ ନାରୀ ନିର୍ଯ଼ାତନା ବଢି ଚାଲିଥିବା ବେଳେ ଦୁର୍ନୀତି ମଧ୍ୟ ବଢିଚାଲିଛି ବୋଲି ସେ ଅଭିଯୋଗ କରିଛନ୍ତି । ତାଙ୍କ ଦଳ କ୍ଷମତାକୁ ଆସିଲେ ରାଜ୍ୟରେ ଦୁର୍ନୀତି କମିବ ବୋଲି ସେ କହିଛନ୍ତି । ତେବେ ନୂଆ ଦଳରେ କିଏ କିଏ ସାମିଲ ହେବେ ସେ ନେଇ କିଛି ସ୍ପଷ୍ଟ କରିନାହାଁନ୍ତି ଦାମ ବାବୁ । କିନ୍ତୁ ଦଳ ଗଢ଼ିବା ଏକପ୍ରକାର ନିଶ୍ଚିତ ବୋଲି କହିଛନ୍ତି ଦାମ । କିନ୍ତୁ ଆଞ୍ଚଳିକ ଦଳ ଗଠନ ପାଇଁ ବାଧକ ସାଜୁଛନ୍ତି ସରକାର । ସରକାର ଆମ ନେତାଙ୍କ ଭିତରେ ବିଭେଦ ପାଇଁ ଚେଷ୍ଟା କରୁଛନ୍ତି । ଏଠି ସରକାର କହିଲେ ପାଣ୍ଡିଆନଙ୍କୁ ବୁଝାଏ ବୋଲି ଦାମ କହିଛନ୍ତି । ଅନ୍ୟପଟେ ବୈଜୟନ୍ତ ପଣ୍ଡାଙ୍କୁ ଦଳରେ ରଖିବା ପାଇଁ ସେ ଆଗ୍ରହୀ ବୋଲି କହିଛନ୍ତି । ସେ ବି ଆମ ଦଳରେ ମିଶିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ଦାମ କହିଛନ୍ତି ।

LEAVE A REPLY

Please enter your comment!
Please enter your name here