ସଦାବିହାରୀ ଫୁଲ. ଏହି ଫୁଲ ଗଛକୁ ଆପଣ ନିହାତି ରୂପେ ଯେ କୌଣସି ବଗିଚାରେ ଦେଖିଥିବେ. ଏହି ଫୁଲ ଗଛଟି ଦେଖିବାକୁ ଅତି ସାଧାରଣ ମନେ ହେଉଥିଲେ ମଧ୍ୟ ଅସାଧାରଣ ରୋଗକୁ ସଂପୂର୍ଣ୍ଣପୂପେ ଭଲ କରିଦେବାର କ୍ଷମତା ରହିଛି ଏହି ଫୁଲ ମଧ୍ୟରେ. ଯଦିଓ ଏହା ଦେଖିବାକୁ ସୁନ୍ଦର ହୋଇନଥାଏ, ମାତ୍ର ଏହାକୁ ପାରମ୍ପରିକ ଔଷଧ ରୂପେ ବ୍ୟବହାର କରାଯାଏ. ଏହି ଫୁଲର ପତ୍ରରେ ଭିନ୍ଡୋଲିନ ନାମକ ଏକ ତତ୍ତ୍ୱ ରହିଥାଏ, ଯାହା ବ୍ଲଡ ସୁଗାର ସ୍ତରକୁ କମ୍  କରିବାରେ ସହାୟକ ହୋଇଥାଏ. ଏହାଛଡା ଏଥିରେ ବିନବ୍ଲାଷ୍ଟିନ ଓ ବିନକ୍ରିଷ୍ଟିନ ନାମକ ତତ୍ତ୍ୱ ରହିଥାଏ, ଯାହା କ୍ୟାନ୍ସର ଭଳି ରୋଗରୁ ରକ୍ଷା କରିଥାଏ. ଏହି ପତ୍ରରେ ଏଭଳି କିଛି ଉପାଦାନ ରହିଛି, ଯାହା କ୍ୟାନ୍ସର କୋଷକୁ ଚିହ୍ନି ସେହିକ୍ଷଣି ନଷ୍ଟ କରିବାରେ ସାହାଯ୍ୟ କରିଥାଏ ବୋଲି ଏକ ରିସର୍ଚ୍ଚରୁ ଜଣାପଡିଛି. କ୍ୟାନ୍ସର ଛଡା ଏହା ଉଚ୍ଚ ରକ୍ତଚାପ, ଡାଇବେଟିସ୍ ଓ କିଡନୀ ଷ୍ଟୋନକୁ ମଧ୍ୟ ଭଲ କରିଥାଏ.

LEAVE A REPLY

Please enter your comment!
Please enter your name here