ଗୋଟିଏ ପରେ ଗୋଟିଏ କୁଖ୍ୟାତ ଅପରାଧୀଙ୍କୁ ଏନକାଉଣ୍ଟର କରୁଛି ଗଞ୍ଜାମ ପୋଲିସ । ତେବେ ପୁଣି ଏକ ଅପରାଧୀକୁ ମଙ୍ଗଳବାର ଏନକାଉଣ୍ଟର କରିଛି ଗଞ୍ଜାମ ପୋଲିସ । ଏହି ଏନ୍‌କାଉଣ୍ଟରରେ ବେଣୁ ବାରିକ ନାମକ ଜଣେ ଜଣାଶୁଣା ଅପରାଧୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ବେଣୁଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବେଣୁଙ୍କ ବାମ ଗୋଡ଼ରେ ଗୁଳି ବାଜିଛି।

ପୋଲିସ ସୁଚନାଅନୁଯାୟୀ, ବେଣୁ ବାରିକ ହେଉଛନ୍ତି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଜାମପାଟଣା ଗ୍ରାମର ବାସିନ୍ଦା। ତାଙ୍କ ନାମରେ ନୟାଗଡ଼ ଓ ଗଞ୍ଜାମ ଥାନାରେ ବିଭିନ୍ନ ଅପରାଧିକ ମାମଲା ରହିଛି। ଏପରିକି ବେଣୁ ମାଣିତରା ବ୍ୟାଙ୍କ ଓ ଖୋର୍ଦ୍ଧା ବ୍ୟାଙ୍କ ଡକାୟତି ମାମଲାରେ ସମ୍ପୃକ୍ତ ଥିବା ନେଇ ପୋଲିସ ଠୋସ ପ୍ରମାଣ ପାଇଛି।

LEAVE A REPLY

Please enter your comment!
Please enter your name here