ଦଳର ଅନୁଶାସନ ଭଙ୍ଗ ଏବଂ ବିଶୃଙ୍ଖଳିତ କାର୍ଯ୍ୟ କାରଣରୁ ୫ ବିଜେପି କର୍ମୀଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ୧୫ ଦିନ ମଧ୍ୟରେ ସଠିକ୍ କାରଣ ନଦର୍ଶାଇଲେ ଦଳରୁ ବହିଷ୍କାର କରାଯିବ ବୋଲି ରାଜ୍ୟ ସଭାପତି ବସନ୍ତ ପଣ୍ଡା ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ଏକ ପ୍ରେସ ବିବୃତିରେ ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।ସୁବର୍ଣ୍ଣପୁର ଜିଲ୍ଲା ସାଧାରଣ ସଂପାଦକ ସୁରେଶ ଚନ୍ଦ୍ର ମିଶ୍ର, ସୁବର୍ଣ୍ଣପୁର ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସମ୍ବିତ କୁମାର ନେପାଳ, ପ୍ରଶାନ୍ତ କୁମାର ଦଣ୍ଡସେନା, ସୁବର୍ଣ୍ଣପୁର ଜିଲ୍ଲା ଚରଦେଇ ମଣ୍ଡଳ ସାଧାରଣ ସଂପାଦକ ମଧୁସୂଦନ କ୍ଷେତି, ବଲାଙ୍ଗିର ଜିଲ୍ଲା ପୂର୍ବତନ ଯୁବମୋର୍ଚ୍ଚା ସଭାପତି ସାନନ୍ଦ ବାଘଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଛି । ୧୫ ଦିନ ମଧ୍ୟରେ ସଠିକ୍ କାରଣ ନ ଦର୍ଶାଇଲେ ଦଳରୁ ବହିଷ୍କାର କରାଯିବ ବୋଲି ଦଳ ଚେତାବନୀ ଦେଇଛି ।

LEAVE A REPLY

Please enter your comment!
Please enter your name here