ଢେଙ୍କାନାଳ ଯୋଡା ଶିଶୁ କନ୍ୟାଙ୍କ ଚିକିସôା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ୭ଜଣିଆ ଟିମ୍ ଗଠନ ହୋଇଥିବା ଶିଶୁଭବନ ଅଧିକ୍ଷ୍ୟକ ସରୋଜ ଶତପଥି ସୂଚନା ଦେଇଛନ୍ତି । ଏବେବି ଶିଶୁ ଦୁଇଜଣଙ୍କର ସ୍ଥିତି ଗୁରୁତର ଅଛି । ତେବେ ଚିକିସôା ପାଇଁ ଶିଶୁ ଦ୍ୱୟଙ୍କୁ ବାହାରକୁ ପଠାଯିବ କି ନାହିଁ ତାହା ଏବେଠୁ କହିବା ସମ୍ଭବ ନୁହେଁ ବୋଲି ଶିଶୁଭବନ ଅଧିକ୍ଷ୍ୟକ କହିଛନ୍ତି । ଯୋଡ଼ା ଶରୀର ଚିକିତ୍ସା ବିଜ୍ଞାନ ପାଇଁ ଏକ ବିରଳ ଘଟଣା । ଦୁଇ ଶିଶୁ କନ୍ୟାଙ୍କ ଶରୀର ଛାତିରୁ ପେଟ ଯାଏଁ ଯୋଡ଼ି ରହିବା ସହ ସେମାନଙ୍କର ଗୋଟିଏ ହୃତପିଣ୍ଡ ରହିଛି । ତେଣୁ ସେମାନଙ୍କ ଚିକିତ୍ସା ପାଇଁ ୭ଜଣିଆ ଡାକ୍ତରୀ ଟିମ ଗଠନ କରାଯାଇଛି । ତେଣୁ ଏହି ଯୋଡ଼ା ଶିଶୁଙ୍କ ସୁସ୍ଥ କାମନା କରି ଡାକ୍ତରୀ ଟିମ ଗଠନ କରାଯାଇଛି ।
ସୁଚନାଅନୁସାରେ, ଗତକାଲି ପରଜଙ୍ଗ ଖାଲପାଳ ଗାଁର ପ୍ରଦୀପ ବେହେରାଙ୍କ ସ୍ତ୍ରୀ ରେଣୁବାଳା ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯୋଡ଼ା ଶିଶୁ ଜନ୍ମ ଦେଇଥିଲେ । ପ୍ରସବ ପରେ ନବଜାତ ଦୁଇ ଶିଶୁ କନ୍ୟାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିଲା । ଶରୀର ଯୋଡ଼ା ଥିବାରୁ ଅଧିକ ଚିକିତ୍ସା ପାଇଁ ଶିଶୁଦ୍ୱୟଙ୍କୁ କଟକ ଶିଶୁଭବନ ପଠାଯାଇଥଲା । ପୂର୍ବରୁ ଓଡ଼ିଶା କନ୍ଧମାଳର ଜଗା କାଳିଆ ଯୋଡ଼ା ମୁଣ୍ଡ ପାଇଁ ଚର୍ଚ୍ଚାରେ ଥିଲେ ।

LEAVE A REPLY

Please enter your comment!
Please enter your name here