ମେକ୍ ଇନ୍ ଓଡିଶାକୁ ନେଇ କଂଗ୍ରେସ ସରକାରଙ୍କ ନିକଟରେ ଆରମ୍ଭ କରିଛି ଆନ୍ଦୋଳନ. ଭୂମିହୀନ ପରିବାରକୁ ସରକାର ଘରଡିହ ପ୍ରଦାନ କରିବାରେ ଅକ୍ଷମ ବୋଲି କହିଛି କଂଗ୍ରେସ. ପ୍ରଶାସନ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ତହସିଲ ଅଧିନରେ ପାଖାପାଖି 200ରୁ 300ଟି ପରିବାରକୁ ଭୂମିହୀନ ବୋଲି ଚିହ୍ନଟ କରିଥିବା ବେଳେ ସେଠାରେ 7,380ଟି ପରିବାର ଭୂମିହୀନ ବୋଲି କହୁଛନ୍ତି. ଆଦିବାସୀ, ଗରିବ ତଥା ଦଳିତ ପରିବାରକୁ ସରକାର ଜମି ଯୋଗାଇବାକୁ ଅସମର୍ଥ ଥିବା ବେଳେ ଶିଳ୍ପପତି ଓ ଧନୀ ବ୍ୟବସାୟୀଙ୍କ ପାଇଁ ଏଠି ସାହାଣ ମେଲାଇଛନ୍ତି. ରାଜ୍ୟରେ ସରକାର ଏକ ପ୍ରକାର ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି କରିଛନ୍ତି ବୋଲି କଂଗ୍ରେସ କହିଛି. ସରକାର ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠା ପାଇଁ ମନ ଇଚ୍ଛା ଜମି ଯୋଗାଇ ଚାଲିଥିବା ବେଳେ ଗରିବ ଲୋକଙ୍କ ପାଇଁ ଜମି ଯୋଗାଇପାରୁ ନାହାନ୍ତି. ତେବେ 2016 ମସିହା ମେକ୍ ଇନ୍ ଓଡିଶା ରେ ଶିଳ୍ପପତିଙ୍କ ଚୁକ୍ତି ନିବେଶକୁ ଦୃଷ୍ଟିରେ ରଖି ବର୍ତ୍ତମାନସୁଦ୍ଧା 1,23,756 ଜମି ଅଧିଗ୍ରହଣ ହୋଇସାରିଲାଣି. ସେତେବେଳେ ପୁଞ୍ଜି ନିବେଶର ପରିମାଣ ଥିଲା 2.03 ଲକ୍ଷ କୋଟି ଟଙ୍କା ଆଉ ବର୍ତ୍ତମାନ ମେକ୍ ଇନ୍ ଓଡିଶା କନକ୍ଲେଭରେ ପୁଞ୍ଜି ନିବେଶର ଆକଳନ ହେଉଛି 5 ଲକ୍ଷ କୋଟି ଟଙ୍କା. ଯେଉଁଥିପାଇଁ ବହୁତ ପରିମାଣ ଜମିର ଆବଶ୍ୟକତା ରହିଛି. ସରକାର ସେମାନଙ୍କୁ ଜମି ଦେବା ପାଇଁ ଚୁକ୍ତିବଦ୍ଧ ଥିବା ବେଳେ ଗରିବ ଲୋକଙ୍କୁ ମାତ୍ର 4 ଡିସିମିଲ ଜାଗା ଯୋଗାଇ ପାରୁନାହାନ୍ତି.

 

 

 

LEAVE A REPLY

Please enter your comment!
Please enter your name here