କଟକ ବାରବାଟୀ ଷ୍ଟାଡିୟମରେ ଶୁଭିବାକୁ ଯାଉଛି ବଲିଉଡ କଣ୍ଠଶିଳ୍ପୀ ଏ.ଆର୍ ରହମାନଙ୍କ ସ୍ୱର. ଆସନ୍ତା ନଭେମ୍ବର 28 ତାରିଖ ଅର୍ଥାତ୍ ବୁଧବାର ଦିନ କଟକ ଆସିବେ ବଲିଉଡ ଲୋକପ୍ରିୟ ଗାୟକ ଏ.ଆର୍ ରହମାନ. ଏଥିପାଇଁ ପ୍ରସ୍ତୁତ ହେଉଛି କଟକ ବାରବାଟୀ ଷ୍ଟାଡିୟମ. କେବଳ ଏ.ଆର . ରହମାନ ନୁହଁନ୍ତି , ଏହି କାର୍ଯ୍ୟକ୍ରମକୁ ମେଗାହିଟ୍ ଚଳଚିତ୍ର ବାହୁବଳୀ ହିରୋ ପ୍ରଭାସ ମଧ୍ୟ ଆସିବାର ଯୋଜନା ରହିଛି । ଏହାକୁ ନେଇ  ବାରବାଟୀ ଷ୍ଟାଡିୟମରେ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି. ପାଖାପାଖି 25 ହଜାର ଦର୍ଶକଙ୍କ ପାଇଁ ବସିବାର ବ୍ୟବସ୍ଥା କରାଯାଇଛି. ସେଥିପାଇଁ ଏବେଠାରୁ ଅନଲାଇନ ଟିକେଟ ବୁକିଂ ମଧ୍ୟ ଆରମ୍ଭ ହୋଇଗଲାଣି. ଟିକଟ ମୂଲ୍ୟ ଶହେ ଟଙ୍କାରୁ ୫ଶହ ଟଙ୍କା ରହିଛି. ତେବେ ଏବେଠୁ  ରେହମାନଙ୍କ ଫ୍ୟାନମାନଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଲାଣି.

ବିଶ୍ୱକପ ହକିର ପ୍ରଥମ ମ୍ୟାଚ ଭୁବନେଶ୍ୱରରେ ଆସନ୍ତା ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଉଦଘାଟନ ମ୍ୟାଚ ଅବ୍ୟବହିତରେ ହକି ଇଣ୍ଡିଆ ଏବଂ ଓଡିଶା କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ଏ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ବଡ ଏଲଇଡି ସ୍କ୍ରିନରେ ବାରବାଟୀ ଷ୍ଟାଡିୟମରୁ ଭାରତ-ଦକ୍ଷୀଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ ହକିର ଉଦଘାଟନୀ ମ୍ୟାଚ ଦର୍ଶକ ଦେଖିବାର ସୁଯୋଗ ପାଇବା ସହିତ ନୃତ୍ୟ ସଙ୍ଗୀତର ଭରପୁର ଆନନ୍ଦ ନେଇପାରିବେ ।

LEAVE A REPLY

Please enter your comment!
Please enter your name here