ଜଗତସିଂହପୁର ଜିଲ୍ଲା ସଦରଥାନା ଅନ୍ତର୍ଗତ ଚାରିପୋଲିଆ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା. ଏକ ହାଇୱେ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି. 55 ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି.

ସୁଚନାଅନୁଯାୟୀ, ଜଗତସିଂହପୁରରୁ କଟକ ଅଭିମୁଖେ ଯାଉଥିବା ସମୟରେ ଉକ୍ତ ଟ୍ରକଟି ଭାରସମ୍ୟ ହରାଇ ଚାରିପୋଲିଆ ବଜାର ଆଡକୁ ମାଡି ଯାଇଥିଲା. ଯାହାକୁ ଦେଖି ସେଠାରେ ଥିବା ଲୋକ ପାଟି କରି ଚିତ୍କାର କରିବାକୁ ଲାଗିଥିଲେ. ଲୋକଙ୍କ ଚିତ୍କାର ଶୁଣିବାରୁ ଡ୍ରାଇଭର ପାଖରେ ଥିବା ଏକ କେନାଲ ଭିତରକୁ ଟ୍ରକଟିକୁ ନେଇଯାଇଥିଲା. ଫଳରେ ଟ୍ରକଟି ନାଳ ଭିତରକୁ ଓଲଟି ପଡିଥିଲା. ପାଖରେ ଥିବା 14 ଜଣ ଲୋକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲେ. ତେବେ ଏହି ଘଟଣା ପରେ ପୋଲିସ ସେଠାରେ ପହଞ୍ଚି ଡ୍ରାଇଭରକୁ ଅଟକ ରଖିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି.

 

LEAVE A REPLY

Please enter your comment!
Please enter your name here