ଆରମ୍ଭ ହେଲା ରାମାୟଣ ଏକ୍ସପ୍ରେସ. ଭାରତୀୟ ରେଳବାଇର ଶ୍ରୀ ରାମାୟଣ ଏକ୍ସପ୍ରେସକୁ ନଭେମ୍ବର 14 ତାରିଖ ଦିନ ଶୁଭାରମ୍ଭ କରାଯାଇଛି. ପର୍ଯ୍ୟଟକଙ୍କ ପାଇଁ ଆରମ୍ଭ କରାଯାଇଥିବା ଏହି ବିଶେଷ ଧରଣର ଟ୍ରେନଟି  ପ୍ରଥମେ ଦିଲ୍ଲୀର ସଫଦରଜଂଗ ଷ୍ଟେସନରୁ ହରି ଝଣ୍ଡି ପର୍ଯ୍ୟନ୍ତ ଗଡିଥିଲା.  ତେବେ ଭଗବାନ ଶ୍ରୀ ରାମଙ୍କ ଜୀବନୀ ସହ ଜଡିତ ଥିବା ସମସ୍ତ ସ୍ଥାନ ଦେଇ ଗତି କରିବ ଏହି ଏକ୍ସପ୍ରେସ. 16 ଦିନର ଯାତ୍ରା ପ୍ୟାକେଜ ସହ ସଫଦରଜଂଗରୁ ଆରମ୍ଭ ହେବାକୁ ଥିବା ଏହି ଟ୍ରେନର ପ୍ରଥମ ଗନ୍ତବ୍ୟ ସ୍ଥଳ ଅଯୋଧ୍ୟା ରହିବ ଏବଂ ଏହାପରେ ଟ୍ରେନର ଗନ୍ତବ୍ୟ ସ୍ଥଳ ସୀତାମଣି, ଜନକପୁର, ବାରଣାସୀ, ପ୍ରୟାଗରାଜ, ଚିତ୍ରକୂଟ, ନାସିକ, ହମ୍ପୀ, ରାମେଶ୍ୱରମ୍ ଏବଂ ମଦୁରାଇ ହେବ ବୋଲି ସୂଚନା ଦିଆଯାଇଛି. ଏହି ଟ୍ରେନରେ ଯାତ୍ରା କରିବାକୁ ଥିବା ଯାତ୍ରୀଙ୍କ ପାଇଁ ଆଇ.ଆର.ସି.ଟି.ସି ପକ୍ଷରୁ ତିନି ବେଳା ଭୋଜନର ବ୍ୟବସ୍ଥା ଥିବା ବେଳେ ପୌରାଣିକ ସ୍ଥାନରେ ଥିବା ଧର୍ମଶାଳାରେ ରହିବାର ବ୍ୟବସ୍ଥା ମଧ୍ୟ ରହିଛି. ତେବେ ଆଇ.ଆର.ସି.ଟି.ସି ପକ୍ଷରୁ ଜଣେ ଟୁର୍ ମ୍ୟାନେଜର ଯାତ୍ରୀଙ୍କ ସହ ରହିବେ ବୋଲି କହିଛି ରେଳ ବିଭାଗ.

LEAVE A REPLY

Please enter your comment!
Please enter your name here