ଆରମ୍ଭ ହୋଇଯାଇଛି ପବିତ୍ର କାର୍ତ୍ତିକମାସର ପଞ୍ଚୁକ ବ୍ରତ. ପାଞ୍ଚଦିନ ଧରି ହେବାକୁ ଥିବା ଏହି ବ୍ରତରେ ବ୍ରତଧାରୀମାନେ ବଡି ଭୋରରୁ ଉଠି ନିଜର ନିତ୍ୟକର୍ମ ସାରି ମନ୍ଦିରକୁ ଯାଇଥାଆନ୍ତି ଓ ଦେବାଦେବୀଙ୍କୁ ପୂଜା କରି ଆସିବା ପରେ ନିଜ ଘର ଓ ଚଉଁରା ମୂଳରେ ଧୂପଦୀପ ଦେଇ ବିଭିନ୍ନ ପ୍ରକାର ରଂଗରେ ରଙ୍ଗବେରଙ୍ଗର ଝୋଟି ଆଙ୍କିଥାନ୍ତି ଯାହାକୁ ଦେଖିଲେ ମନରେ ଏକ ପ୍ରକାର ଆଧ୍ୟାତ୍ମିକ ଭାବନା ସୃଷ୍ଟି ହୁଏ. ଏହାଛଡା ଏକମାସ ପର୍ଯ୍ୟନ୍ତ ବ୍ରତ ରଖିଥିବା ହବିଷ୍ୟାଳୀମାନେ ମଧ୍ୟ ଏହାକୁ ଅତି ନିଷ୍ଠାର ସହ ପାଳନ କରିଥାନ୍ତି. ଅନ୍ୟପଟେ ପଞ୍ଚୁକ ବ୍ରତ ପାଇଁ ଆଜି ପୁରୀରେ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା. ପଞ୍ଚୁକର ପାଞ୍ଚଦିନ ପର୍ଯ୍ୟନ୍ତ ମହାପ୍ରଭୁ ଶ୍ରୀ ଜଗନ୍ନାଥ ପାଞ୍ଚଟି ସ୍ୱତନ୍ତ୍ର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ. ପ୍ରଥମ ଦିନରେ ପ୍ରଭୁ ଶ୍ରୀହରି ଉତ୍ଥାପନ ଓ ଶ୍ରୀଜିଉଙ୍କ ଲକ୍ଷ୍ମୀ ନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ. ପଞ୍ଚୁକର ଦ୍ୱିତୀୟ ଦିନରେ ଶ୍ରୀ ଜଗନ୍ନାଥ ବାଙ୍କଚୁଳା ବେଶରେ, ତୃତୀୟ ଦିନରେ ତ୍ରିବିକ୍ରମ ବେଶ, ଚତୁର୍ଥ ଦିନରେ ଲକ୍ଷ୍ମୀନୃସିଂହ ବେଶ ଓ ପଞ୍ଚୁକର ଶେଷ ଦିନ ଅର୍ଥାତ୍ କାର୍ତ୍ତିକପୂର୍ଣ୍ଣମୀ ଦିନ ପ୍ରଭୁ ରାଜାଧିରାଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ. ଏହାଛଡା ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ ପକ୍ଷରୁ 16 ପ୍ଲାଟୁନ ଫୋର୍ସ ପୋଲିସ ମୁତୟନ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି.

 

LEAVE A REPLY

Please enter your comment!
Please enter your name here