କ୍ୟାପିଟାଲରେ ଶତକ ପାର୍ କଲା କରୋନା ସଙ୍କ୍ରମଣ ଜନିତ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ବିଏମସି ଅଞ୍ଚଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ୪ ଜଣଙ୍କୁ ମିଶାଇ ଏହି ସଂଖ୍ୟା ୧୦୦ ପାର୍ କରିଛି । ବର୍ତ୍ତମାନ ସୁଦ୍ଧା ବିଏମସିରେ ୨୨ ହଜାର ୫୪୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୧୮୯୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେବି ଆକ୍ଟିଭ୍ କେସ୍ ରହିଛି ୩ହଜାର ୫୧୪ । ଆଜି ଗୋଟିଏ ଦିନରେ ୩୦୯ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩୩୮ । କ୍ୱାରେଣ୍ଟିନରୁ ୫୮ ଜଣ ଏବଂ ଲୋକାଲ କେସ୍ ରହିଛି ୨୫୪ ।

LEAVE A REPLY

Please enter your comment!
Please enter your name here