ଏଟିଏମ୍ ଭିତରେ ହୋଇଛି ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ. ଆପଣ ଭାବୁଥିବେ ଏଟିଏମ୍ ଭିତରେ ଏଭଳି ଘଟଣା ଘଟିବା ଅସମ୍ଭବ. ହେଲେ ପ୍ରକୃତରେ ଏଭଳି ଘଟିଛି ଜଣେ ମହିଳାଙ୍କ ସହ. ତେବେ ଏହି ଘଟଣା ଆଉ କେଉଁଠି ନୁହେଁ, ଘଟିଛି କଟକସ୍ଥିତ ଏକ କଲେଜ ନିକଟରେ ଥିବା ଏଟିଏମ୍  ଭିତରେ. ସୂଚନା ଅନୁଯାୟୀ, ରବିବାର ଦିନ ରାତିରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କୁ ଉଠାଇ ଏକ ନିଛାଟିଆ ଜାଗାକୁ ନେଇଯାଇଥିଲେ ଓ ପରେ ସୁଯୋଗ ଦେଖି ମାଲଗୋଦାମ ଥାନା ନିକଟରେ ଥିବା ଏଟିଏମ ଭିତରକୁ ନେଇ ଏଟିଏମ୍ ସଟରକୁ ପକାଇ ଦେଇଥିଲେ. ମହିଳା ଜଣକ ଚିତ୍କାର କରିବାରୁ ସେମାନେ ମାରଣାସ୍ତ୍ର ଦେଖାଇ ତାଙ୍କୁ ଦୁଷ୍କର୍ମ କରିଥିଲେ. ଆଉ ଦୁଷ୍କର୍ମ କରି ସାରିବା ପରେ ଯୋବ୍ରା ନିକଟକୁ ଫିଙ୍ଗି ଦେଇଥିବା କହିଛନ୍ତି ପୀଡିତ ମହିଳା ଜଣକ. ମହିଳାଙ୍କୁ ଏପରି ଅବସ୍ଥାରେ ପଡିଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ. ପୋଲିସ ଆସିବା ପରେ ମହିଳାଙ୍କ ଏହି ବୟାନ ଶୁଣି ସମସ୍ତେ ତାଜୁକ ହୋଇ ରହି ଯାଇଥିଲେ. ବର୍ତ୍ତମାନ ମହିଳାଙ୍କୁ କଟକ ବଡ ମେଡିକାଲକୁ ଡାକ୍ତରୀମାଇନା ପାଇଁ ପଠାଯାଇଛି ଓ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଛାନଭିନ ଆରମ୍ଭ କରିଛି.

 

LEAVE A REPLY

Please enter your comment!
Please enter your name here