ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତବର୍ଷ 90.55 ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ପରୀକ୍ଷା ଦେଇଥିଲେ 5 ଲକ୍ଷ 26 ହଜାର 818 । ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି 5 ଲକ୍ଷ 17 ହଜାର 847 । ଏ-1 ରେ ପାସ୍ କରିଛନ୍ତି 8119 ଜଣ । ଏ-2ରେ ଉତ୍ତୀର୍ଣ୍ଣ ହୋଇଛନ୍ତି 54 ହଜାର 889 ଜଣ । ବି-1ରେ 1 ଲକ୍ଷ 20 ହଜାର 203 ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବି-2ରେ 1 ଲକ୍ଷ 42 ହଜାର 266 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ସି ଗ୍ରେଡରେ 1 ଲକ୍ଷ 16 ହଜାର 111 ଜଣ ପାସ୍ କରିଛନ୍ତି ।
ପରୀକ୍ଷାରେ 2ଲକ୍ଷ 56ହଜାର 877 ଜଣ ଛାତ୍ର ଉତ୍ତୀର୍ଣ୍ଣ ହୋଇଥିବା ବେଳେ 2 ଲକ୍ଷ 60 ହଜାର 970 ଜଣ ଛାତ୍ରୀ ପାସ୍ କରିଛନ୍ତି ।
ମାଲକାନଗିରିର ଦୁଇଟି ସ୍କୁଲ ଏବଂ ଅନୁଗୁଳର ଗୋଟିଏ ସ୍କୁଲରେ ଫଳ ଶୂନ୍ ରହିଛି । ମାଲକାନଗିରିର ଦୁଇଟି ସ୍କୁଲରେ ଜଣେ ଲେଖାଁଏ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ଅନୁଗୁଳର ଗୋଟିଏ ସ୍କୁଲରେ ଦୁଇଜଣ ପରୀକ୍ଷା ଦେଇଥିଲେ । ସେହିପରି 1170ଟି ସ୍କୁଲରେ ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଆସନ୍ତା 11 ରୁ 25 ତାରିଖ ଯାଏଁ ଅନଲାଇନରେ ରି-ଚେକିଂ ପାଇଁ ଆବେଦନ କରିପାରିବେ ।
କଟକ ସ୍ଥିତ ବୋର୍ଡ କାର୍ଯ୍ୟଳୟରେ ଆନୁଷ୍ଠାନିକ ଭାବେ ପରୀକ୍ଷା ଫଳ ଗୋଷଣା କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

LEAVE A REPLY

Please enter your comment!
Please enter your name here