ବଲିଉଡ ଅଭିନେତ୍ରୀ ନେହା ଧୁପିଆ ଗତ ରବିବାର ଦିନ ମୁମ୍ବାଇର ଓମେନ୍ସ ହସ୍ପିଟାଲରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି. ଏହି ଖବର ନେହାଙ୍କର ଜଣେ ଘନିଷ୍ଠ ବନ୍ଧୁ ତଥା ମଡେଲ ସୋଫି ଚୌଧୁରୀ ନିଜ ଟ୍ୱିଟର ଆକାଉଣ୍ଟରେ ପ୍ରକାଶ କରିଛନ୍ତି. ଏହା ସହିତ ସେ ଉଭୟଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି. ଚଳିତ ବର୍ଷ ମେ ମାସ 10 ତାରିଖରେ ନେହା ଧୁପିଆ ଗୋପନୀୟ ଭାବେ ନିଜର ବେଷ୍ଟ ଫ୍ରେଣ୍ଡ୍ ଅଙ୍ଗଦଙ୍କୁ ବିବାହ କରିଥିଲେ. ଆଉ ଅଙ୍ଗଦ ଓ ନେହା ଗତ ଅଗଷ୍ଟ ମାସରେ ନିଜ ପ୍ରେଗନେନ୍ସିର ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ. ତେବେ କାମ ନ ପାଇବା ଭୟରେ ନେହା ଦୀର୍ଘ 6 ମାସ କାଳ ନିଜ ପ୍ରେଗନେନ୍ସିକୁ ଗୋପନୀୟ ରଖିବା କଥା ମଧ୍ୟ କହିଥିଲେ. ଏହା ପରେ ଅକ୍ଟୋବରରେ ନିଜ ପ୍ରେଗନେନ୍ସି ଖୁସିରେ ଏକ ପାର୍ଟି  ମଧ୍ୟ ରଖିଥିଲେ . ଯେଉଁଥିରେ ବଲିଉଡ କଳାକାର ସୋନାକ୍ସି ସିହ୍ନା, ହୁମା କୁରେସି, କରନ ଜୋହର, ମନିସ ମଲହୋତ୍ରା ଆଦିଙ୍କୁ ଦେଖିବାକୁ ମିଳିଥିଲା .

LEAVE A REPLY

Please enter your comment!
Please enter your name here