କାହିଁକି ଆତ୍ମହତ୍ୟା କଲେ ରାଇମୋହନ ? ଓଡିଆ ସିନେ ଜଗତର ବାଦଶାହ ତଥା ଚର୍ଚ୍ଚିତ ଖଳନାୟକ ରାଇମୋହନଙ୍କ ଆତ୍ମହତ୍ୟାକୁ କେହି ସହଜରେ ଗ୍ରହଣ କରିପାରୁନାହାଁନ୍ତି । ରାଇମୋହନଙ୍କ ସହ ନିକଟ ସଂପର୍କୀୟ ବି ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି । ତେବେ ରାଇମୋହନଙ୍କ ଜଣେ ପଡୋଶୀ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ, ତାଙ୍କର ଆର୍ଥିକ ସ୍ଥିତି ବେଶ୍ ସ୍ବଚ୍ଛଳ ଥିଲା । କିନ୍ତୁ ପାରିବାରିକ ଅଶାନ୍ତି ଭିତରେ ସେ ଗତି କରୁଥିବା କିଛିଦିନ ତଳୁ ଲକ୍ଷ କରିଥିଲେ । ପତ୍ନୀ ଓ ଝିଅଙ୍କ ସହ କିଛି କଥାକୁ ନେଇ ତାଙ୍କର ମତାନ୍ତର ଥାଇପାରେ ବୋଲି ସନ୍ଦେହ କରାଯାଉଛି । ପୋଲିସ ତଦନ୍ତ କଲେ ରାଇମୋହନଙ୍କ ଆତ୍ମହତ୍ୟା ପଛର କାରଣ ସ୍ପଷ୍ଟ ହେବ ।

LEAVE A REPLY

Please enter your comment!
Please enter your name here