ଆଜିର ଦୁନିଆରେ ଖାଦ୍ୟ, ବସ୍ତ୍ର, ବାସଗୃହ ସହ ବିଜୁଳି, ମୋବାଇଲ ଓ ଇଣ୍ଟରନେଟ ମୌଳିକ ପଦାର୍ଥ ରୂପେ ଗଣା ହୋଇ ସାରିଛି . ଦୁନିଆରେ କେତୋଟି ଏମିତି ହାତ ଗଣତି ଜାଗା ଥିବ ଯେଉଁଠିକି ଇଣ୍ଟରନେଟ ଅପହଞ୍ଚ ଥିବ . ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଦୁନିଆରେ ଏଭଳି ଏକ ଜାଗା ଅଛି ଯେଉଁଠାରେ ଏହି ୩ଟି ଜିନିଷ ସ୍ୱପ୍ନ . ତା ଠାରୁ ଅଧିକ ଆଶ୍ଚର୍ଯ୍ୟ କରିବା ଭଳି କଥା ହେଉଛି ଏଠାରେ ବସବାସ କରୁଥିବା ଲୋକଙ୍କ ଜୀବନ ଶୈଳୀ . ଭାରତ ମହାସାଗରରେ ଥିବା ଆଣ୍ଡାମାନ ନିକୋବର ଦ୍ୱୀପ ସମୁହର ନର୍ଥ ସେଣ୍ଟିନାଲ ଦ୍ୱୀପପୁଞ୍ଜ . ଏଠାରେ ବସବାସ କରୁଥିବା ଜନଜାତି ହେଉଛି ସେଣ୍ଟିନଲିଜ ଜନଜାତି . ବାହାର ଦୁନିଆଠୁ ସଂପୂର୍ଣ୍ଣ ଅଲଗା ଏମାନଙ୍କ ଜୀବନ ବଞ୍ଚିବା ଶୈଳୀ . “ଡେଲିମେଲ” ପତ୍ରିକା ଅନୁସାରେ ପ୍ରାୟ ୬୦ ହଜାର ବର୍ଷ ହେବ ଏହି ଜନଜାତି ଏଠାରେ ରହି ଆସୁଛି . ଏମାନେ ଏତେ ହିଂସ୍ର ଯେ କେହିବି ଏଠାକୁ ଗଲେ ତା ଉପରେ ଏମାନେ ଆକ୍ରମଣ କରିଦିଅନ୍ତି . ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ସେମାନେ ଶତୃ ବୋଲି ହିଁ ଭାବିଥାନ୍ତି .
. ଗତ ୨୦ ତାରିଖ ଦିନ ଜଣେ ବିଦେଶୀ ପର୍ଯ୍ୟଟକଙ୍କୁ ଏମାନେ ହତ୍ୟା କରିବାର ଘଟଣା ସାମ୍ନାକୁ ଆସିଛି . ସୂଚନା ମୁତାବକ ମୃତକ ପର୍ଯ୍ୟଟକ ହେଉଛନ୍ତି ଜନ୍ ଆଲେନ୍ ଚାଉ . ଏହି ଘଟଣାରେ ପୁଲିସ ୭ ଜଣଙ୍କୁ ଗିରଫକରି ପଚରାଉଚରା ଚଳାଇଛି . ବର୍ତ୍ତମାନ ସୁଦ୍ଧା ଏହା ଜାଣିବାକୁ ମିଳିଛି ଜନଙ୍କ ହତ୍ୟା ନର୍ଥ ସେଣ୍ଟିନେଲ ଦ୍ୱୀପର ଜନଜାତି ହିଁ କରିଛନ୍ତି . ଏମାନେ ଏତେ ହିଂସ୍ର ଯେ ଯଦି କୌଣସି ଉଡ଼ାଜାହାଜ ବା ହେଲିକପ୍ଟର ଏହି ଦ୍ୱୀପ ଉପର ଦେଇ ଗତି କରିଥାଏ ତେବେ ଏମାନେ ତୀର ଆଗରେ ନିଆଁ ଲଗାଇ ଆକ୍ରମଣ କରିଥାନ୍ତି . ହତିଆର ଭାବେ ଏମାନେ ମୁଖ୍ୟତଃ ତୀର କମାଣ ଓ ପଥର ବ୍ୟବହାର କରିଥାନ୍ତି
ଏମାନଙ୍କୁ ନେଇ ଏକ ପ୍ରମାଣିକ ଚଳଚିତ୍ର ୟୁଟୁବରେ ଉପଲବ୍ଧ ଅଛି . ଯେଉଁଥିରେ ସୁଟିଂ ସମୟରେ ହେଲିକେପ୍ଟରରେ ଥିବା କ୍ୟାମେରାମ୍ୟାନଙ୍କ ଉପରେ ଉତକ୍ଷିପ୍ତ ହୋଇ ଦୁଇ ଜଣ ବ୍ୟକ୍ତି ଧନୁତୀର ଧରି ଆକ୍ରମଣ କରୁଥିବାର ଦୃଶ୍ୟ ରହିଛି .
୨୦୦୪ରେ ହୋଇଥିବା ସୁନାମି ଓ ଭୂମିକମ୍ପ ପରେ ଭାରତ ସରକାର ଏମାନଙ୍କ ଖବର ନେବାଲାଗି ସେନାର ଏକ ହେଲିକେପ୍ଟର ପଠାଇଥିଲେ . ହେଲେ ଏମାନେ ତା ଉପରେ ମଧ୍ୟ ଆକ୍ରମଣ କରିବାକୁ ପଛାଇନଥିଲେ .

LEAVE A REPLY

Please enter your comment!
Please enter your name here